ଶପଥଗ୍ରହଣ ଉତ୍ସବ ରେ ଛତିଶଗଡ ରାଜ୍ୟ ର ଅତିଥି

0 35

ନୂଆପଡ଼ା : ନୂତନ ଭାବେ ନିର୍ବାଚିତ ହୋଇ ବହୁ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ପରାଜିତ କଲାପରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ନୂଆପଡ଼ା ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାବେ ତାରେଶ୍ୱରୀ ସାହୁ ଏବଂ ଉପାଧ୍ୟକ୍ଷ ଭାବେ ଦିଲ୍ଲିପ ନିରମଲକର ବ୍ଳକ ପରିସରରେ ଅନୁଷ୍ଠିତ ଶପଥଗ୍ରହଣ କାର୍ଯ୍ୟକ୍ରମ ରେ ଶପଥ ପାଠ କଲେ ।

ଏ ପରିପ୍ରେକ୍ଷୀରେ ଏଇ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟକ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଛତିଶଗଡ ରାଜ୍ୟ ର ତୈଳିକ ସମାଜର ସଭାପତି ସମ୍ବିତ ସାହୁ, ଛତିଶଗଡ ରାଜ୍ୟ ର ଦଳିତ ନେତା ସୁରଜ ନିରମଲକର, ଜିଲ୍ଲାପରିଷଦ ସଭ୍ୟା ଦିପିକା ଦୀପ, ଅବନୀ ଯୋଶୀ, ଆଡଭୋକେଟ ଧନିରାମ ସାହୁ, ନୂଆପଡ଼ା ପଞ୍ଚାୟତ ସମିତି ର ବିଡ଼ିଓ ସୁବେଦାର ପ୍ରଧାନ ପ୍ରମୁଖ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଏହି ଶପଥଗ୍ରହଣ ପୂର୍ବରୁ ଶତାଧିକ ବିଜୁ ଜନତା ଦଳ ର କର୍ମୀ ଓଷସମର୍ଥକ ମାନେ ଖରିଆର ରୋଡ ରୁ ଦିର୍ଘ ୧୨ କିଲୋମିଟର ମୋଟର ସାଇକେଲ ରେ ଏକ ପଟୁଆରରେ ବାହାରି ଅନୁଷ୍ଠିତ ହେଉଥିବା ସ୍ଥାନ ରେ ପହଞ୍ଚିଥିଲେ ।

ନବ ନିର୍ବାଚିତ ୩୧ ଜଣ ବିଭିନ୍ନ ଗ୍ରାମପଞ୍ଚାୟତ ସରପଞ୍ଚ ଏବଂ ୩୧ ଜଣ ସମିତି ସଭ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ଥିଲେ ।ଏଠି ସୁଚାଇଦେବାକୁ ଚାହୁଁଯେ, ଅଧ୍ୟକ୍ଷା ଶ୍ରୀମତୀ ସାହୁ ବିପୁଳ ସଂଖ୍ୟାରେ ଲୋକଙ୍କ ସ୍ନେହ ଶ୍ରଦ୍ଧା ତଥା ଆର୍ଶିର୍ବାଦ ରୁ ଦୁଇଦୁଇ ଥର ଅଧ୍ୟକ୍ଷା ପଦରେ ଅଭିଷେକ ହୋଇ ପାରିଛନ୍ତି ।

ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସୁଚାରୁରୂପେ ପହଞ୍ଚାଇ ଲୋକ ଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ।

ନୂଆପଡା ଇପିଏ ରୁ ଡେନିସ ରୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.