ପାଇକମାଳ ରେ ସି.ଆର.ପି.ଏଫ.ତରଫରୁ ସିଭିକ ଏକ୍ସନ ପ୍ରୋଗ୍ରାମ

0 59

ପଦ୍ମପୁର : ବରଗଡ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ବରତୁଣ୍ଡା ଓ କେର୍ମେଲାବାହାଲ ଠାରେ ସି.ଆର.ପି.ଏଫ. ତରଫରୁ ଲୋକଙ୍କ ସୁରକ୍ଷା ସହିତ ଲୋକ ସମ୍ପର୍କ ବଢାଇବା ଓ ସାଧାରଣ ଜନତାଙ୍କୁ ସବୁବେଳେ ସାଧ୍ୟ ମୁତାବକ ସହାୟତା କରିବା ପାଇଁ ଜନସଚେତନତା କରାଯାଉଛି।ଆଜି ସିଭିକ୍ ଏକ୍ସନ୍ ପୋଗ୍ରାମ 189 ବାଟାଲିଅନ ର କମାନଡେଣ୍ଟ ପବନ କୁମାର ତିୱାର ଙ୍କର ନିର୍ଦେଶ ଓ ପ୍ରତକ୍ଷ ତତ୍ୱବାଧାନତାରେ ଅନୁଷ୍ଠିତ ହୋଇଥିଲା।189 ବାଟାଲିଅନ ର ସି କମ୍ପାନୀ ଦ୍ୱାରା ସିଭିକ ଏକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଲୋକଙ୍କୁ ରେଡ଼ିଓ ଓ ସୋଲାର ଲାଇଟ ବଣ୍ଟନ କରାଯାଇଥିଲା।ପାଇକମାଳ,ବରତୁଣ୍ଡା, କେର୍ମେଲାବାହାଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମାଣ୍ଡଡେନ ପବନ କୁମାର ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପାଇକମାଳ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପାଇକମାଳ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି,ପୂର୍ବତନ ସରପଂଚ ଧୁବଳେଶ୍ୱର୍ ସାହୁ, ଆୟୁର୍ବେଦ କଲେଜ ଅଧ୍ୟକ୍ଷା କେ.ଟି.ତନୟା ରାଉତରାୟ,ଦିଲ୍ଲୀପ କୁମାର ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ।ସେହିପରି ବରତୁଣ୍ଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରତୁଣ୍ଡା ସରପଞ୍ଚ ଶ୍ରୀମତୀ ରିତା ସୁନା,ସରପଞ୍ଚ ପ୍ରତିନିଧି ଗୋବିନ୍ଦ ସୁନା ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ 189 ବାଟାଲିଅନ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରୁଘୁନାଥ ରାମ ସମେତ ଡାକ୍ତର ଶ୍ରୀଧର ପ୍ରଧାନ,ଡାକ୍ତର ଅଗ୍ରୱାଲ ପ୍ରମୁଖ ଚିକିତ୍ସା ନିମିତ୍ତ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ ମାଗଣାରେ ଔଷଧ ପ୍ରଦାନରେ ସହଯୋଗ କରିଥିଲେ।189 ବାଟାଲିଅନ ର ସେକେଣ୍ଡ ଇନ ଚାର୍ଜ ଶ୍ରୀ ପୀତବାସ ପଣ୍ଡା ,ସି କମ୍ପାନୀ ର ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ଶ୍ରୀମତୀ ମିନା ଶର୍ମା ପ୍ରମୁଖ ଏହି ଆୟୋଜନକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ।

ପଦ୍ମପୁର ଇପିଏ ରୁ ଧିରେନ୍ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.