ବାଲୁକା କଳା ମାଧ୍ୟ୍ୟମରେ ହନୁମାନ ଜୟନ୍ତୀ ର ଅଭିନନ୍ଦନ

0 8

ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ମାନଙ୍କର ନୂତନ ବର୍ଷ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ସମସ୍ତ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି |ପୁରୀ ର ଲାଇଟ ହାଉସ ବେଳାଭୂମି ରେ ପ୍ରଭୁ ଶ୍ରୀ ହନୁମାନ ଙ୍କ ଏକ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ | ଶ୍ରୀ ହନୁମାନ ସଙ୍କଟ ମୋଚନ ନାମ ରେ ପ୍ରସିଦ୍ଧ | ଶିଳ୍ପୀ ମାନସ ପ୍ରଭୁଙ୍କୁ ବିନର୍ମ ପ୍ରାର୍ଥନା କରିଛନ୍ତି ପ୍ରଭୁ କରୋନା ରୁପି ସଙ୍କଟ ଏବଂ ସାରା ପୃଥିବୀ ରେ ଚାଲିଥିବା ସମସ୍ୟା କୁ ଦୁର କରି ଶାନ୍ତି ପ୍ରତିଷ୍ଠା କରାନ୍ତୁ |ଏହି ବାଲୁକା କଳା ଟି 17 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 12 ଟନ ବାଲି ଉପଯୋଗ କରାଯାଇଛି | ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7 ଘଣ୍ଟା ସମୟ ଲିଗିଥିଲା ଏଥିରେ ଓଡ଼ିଆ ନୂତନ ବର୍ଷ ର ଅଭିନନ୍ଦନ ଦେବା ସହିତ ହନୁମାନ ଜୟନ୍ତୀ ର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି |

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.