କୀର୍ତ୍ତି-କୃତୀତ୍ତ୍ୱ ପାଇଁ ରାଜାସାହେବ କୈଳାଶ ଚନ୍ଦ୍ର ଦେଓ ଙ୍କୁ ସମ୍ବର୍ଦ୍ଧନା

0 42

ବ୍ରହ୍ମପୁର : ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିରର ପୃଷ୍ଠପୋଷାକ ରାଜାସାହେବ କୈଳାସ ଚନ୍ଦ୍ର ଦେଓଙ୍କୁ ସମ୍ମାନୀତ କରାଯାଇଛି । ଦୀର୍ଘ ୫୫ ବର୍ଷ ଧରି ଚିକିଟି ରାଜବଂଶର ସ୍ବର୍ଗତ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେଓ ଙ୍କ ପୌତ୍ର ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦେଓ ଛତ୍ରପୁର ର ରାଜା ଭାବେ ନିରବିଚ୍ଛିନ୍ନ ଭାବେ ସେବା ପ୍ରଦାନ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଉକ୍ତ ରାଜପରିବାର ପକ୍ଷରୁ ମନ୍ଦିରକୁ ସେବା ପ୍ରଦାନ ଦେବାର ୧୦୦ ବର୍ଷପୂ୍ର୍ତ୍ତି ହୋଇଛି । ଏହି ଅବସରରେ ଛତ୍ରପୁର ଜନସାଧାରଣ ଓ ଜଗନ୍ନାଥ ପ୍ରେମୀଭକ୍ତଗଣଙ୍କ ତରଫରୁ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପୂର୍ବରୁ ରାଜା କୈଳାଶ ଚନ୍ଦ୍ର ଦେଓଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରି ମାନପତ୍ର ସହ ଉପଢୌକନ ଦେଇ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ଜାତୀୟ ରାଜପଥର କଲେଜ ଛକ ଠାରୁ ଘଣ୍ଟ ,ବାଦ୍ଯ, ଶଙ୍ଖ ଓ କାହାଳୀ ଆଦି ନାନା ବାଦ୍ୟଧ୍ୱନି ମାଧ୍ୟମରେ ରାଜାଙ୍କୁ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ରାଜାସାହେବଙ୍କୁ ପାଚ୍ଛୋଟି ଅଣାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସାମାରୋହରେ ମନ୍ଦିର ପରିଚାଳନା କମିଟୀ ପରିଷଦବର୍ଗ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସର୍ବଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ଇଂ.ରାମଚନ୍ଦ୍ର ପଟ୍ଟନାୟକ,ରମାକାନ୍ତ ଚୌଧୁରୀ, ସୁଧୀର ରଥ ମନ୍ଦିର ଟ୍ରଷ୍ଟର ସଦସ୍ଯବୃନ୍ଦ ପ୍ରମୁଖ ପୂର୍ଣ୍ଣ-ସହଯୋଗ କରିଥିଲେ ।
ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି ଙ୍କ ସମେତ ରାଜ ପରିବାରର ସଦସ୍ଯ ବୃନ୍ଦ ଅମ୍ରିତା ଦେଓ, ଲିଖିତ ନାୟକ ଓ ଅନମୋଲ ଛାବ୍ରିଆ ଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଛି । ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିର ପରିଚାଳନା କମିଟୀ ଟ୍ରଷ୍ଟ-ମୁଖ୍ୟ ଜଗବନ୍ଧୁ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିଲେ । ସର୍ଵଶ୍ରୀ ଅସୀତ ପଟ୍ଟନାୟକ, ଭାଗବତ ମହାପାତ୍ର, ଗୋବିନ୍ଦ ମିଶ୍ର, ଦାଶରଥି ନେପାକ, ରାଜେନ୍ଦ୍ର ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ସୁରେନ୍ଦ୍ର ପାଢୀ, ମନୋରଞ୍ଜନ ସେନାପତି, କୃଷ୍ଣ ଚନ୍ଦ୍ର ସାହୁ, ଏନ୍. ଜଗଦୀଶ ରାଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ଏଠାରେ ସ୍ମରଣଯୋଗ୍ୟ ଯେ’ ୧୯୨୦ ମସିହାରେ ଚିକିଟି ରାଜବଂଶର ତତ୍କାଳୀନ ରାଜା ସ୍ବର୍ଗତଃ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେଓଙ୍କ ସାନଭାଇ ସ୍ବର୍ଗତଃ ଦୁର୍ଗା ମାଧବ ଦେଓ ଛତ୍ରପୁର ଆସି ଅବସ୍ଥାନ କରିବା ସହ ଜଗନ୍ନାଥ ମନ୍ଦିରର ପୃଷ୍ଠପୋଷକତା ଓ ପରିଚାଳନା ଭାର ବହନ କରିଥିଲେ । ସେହିଦିନ ଠାରୁ ଏହି ମନ୍ଦିର ରାଜାଘର ମନ୍ଦିର ନାମରେ ପ୍ରଚଳିତ ହୋଇଆସିଛି । ୧୯୨୦ରୁ ୧୯୫୩ ପର୍ଯ୍ୟନ୍ତ ୩୩ ବର୍ଷ ସ୍ବର୍ଗତଃ ଦୁର୍ଗା ମାଧବ ଦେଓ ପରିଚାଳନା ସେବା ଭାରବହନ କରିଥଲେ । ତାଙ୍କ ପରେ ତାଙ୍କ ପୁତ୍ର ସ୍ବର୍ଗତଃ ରାମଚନ୍ଦ୍ର ଦେଓ ୧୯୫୩ରୁ ୧୯୬୭ ପର୍ଯ୍ୟନ୍ତ ୧୪ ବର୍ଷ ଏବଂ ପରେ ୧୯୬୭ରୁ ଅଦ୍ୟାବଧି ୫୫ ବର୍ଷ ଧରି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦେଓ ଛତ୍ରପୁର ରାଜା ଭାବେ ସେବା ପ୍ରଦାନ କରି ଆସୁଛନ୍ତି । ୨୦୦୪ ମସିହାରେ ମନ୍ଦିରର ସମ୍ପୂର୍ଣ୍ଣ ନବୀକରଣ,
୨୦୧୫ ମସିହାରେ ଠାକୁରଙ୍କ ନବକଳେବର ଓ ସ୍ବର୍ଣ୍ଣ ଆଭୂଷଣ ନିର୍ମାଣ, ମନ୍ଦିରର ମୂଖ୍ଯ ଦ୍ବାର ଉଭୟ ପାର୍ଶ୍ୱରେ ମୁକୁଟ ସିଂହ ସ୍ଥାପନ ଏବଂ ଚଳିତବର୍ଷ ନବନିର୍ମିତ ଲକ୍ଷ୍ମୀ ପ୍ରସାଦ ମଣ୍ଡପ ପାଇଁ ନିଜ ଜେଜେବାପା ସ୍ବର୍ଗତଃ ଦୁର୍ଗା ପ୍ରସାଦ ଦେଓଙ୍କ ସ୍ମୃତିରେ ପାକଶାଳା ନିର୍ମାଣ କରିଛନ୍ତି । ସର୍ବୋପରି ରାଜାସାହେବ କୈଳାଶ ଚନ୍ଦ୍ର ଦେଓଙ୍କ କୀର୍ତ୍ତି କୃତୀତ୍ତ୍ୱ ଅଟେ ବୋଲି ଏଠାରେ ବର୍ଣ୍ଣନା କରାଯାଇଛି ।

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.