ଶ୍ରୀମଦ ବାବା ବଳିଆଙ୍କ ଦ୍ୱାରା ସମାଜସେବୀ ଙ୍କୁ ସମ୍ବର୍ଦ୍ଧନା
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଯୁବ ସମାଜସେବୀ ସ୍ମୃତି ରଞ୍ଜନ ଦାଶଙ୍କୁ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଥିବା ପରିବାର ତିର୍ଥଠାରେ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ଦାଶଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଆଗାମୀ ଦିନରେ କିପରି ସମାଜର ସେବା କରିବା ପାଇଁ ପରାମର୍ଶ ଦେଇ ଆର୍ଶୀବାଦ ଦେଇଥିଲେ । ବିଗତ ବର୍ଷ ଧରି ବିଭିନ୍ନ ସଂସ୍ଥା ଦ୍ୱାରା ମିଶି ଜନସାଧାରଣଙ୍କ ପାଖରେ ପହଞ୍ଚି ଗରିବ ଅସହାୟଙ୍କ ସାହାରା ପାଲଟିଯାଇଛନ୍ତି ।ସ୍ୱାସ୍ଥ୍ୟ, ବିଜୁଳି, କୃଷି ପରି ସଂସ୍ଥାରେ ଗାଁ ଗହଳିରେ ଥିବା ବେକାର ଯୁବକ, ଯୁବତୀ ମାନଙ୍କୁ ରୋଜଗାର ଦେଇ ତାଙ୍କ ପରିବାରର ଲୋକଙ୍କ ମନରେ ଖୁସି ଦେଇ ଥିବା ଶ୍ରୀ ଦାଶ ଆଜି ତିର୍ତ୍ତୋଲ ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି । ବିଶେଷ କରି ବନ୍ୟା, ବାତ୍ୟା, ମହାମାରୀ କୋଭିଡ଼ ୧୯ ସମୟରେ ମଧ୍ୟ ନିଜକୁ କୋଭିଡ଼ ଯୋଦ୍ଧା ସାଜି ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ଓ ପ୍ଳାନ ଇଣ୍ଡିଆ ସଂସ୍ଥା ସହ ମିଶି ତିର୍ତ୍ତୋଲ ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତର ଜନସାଧାରଣ ମାନଙ୍କୁ କିପରି ଶତପ୍ରତି ସଦ କୋରନା ଭାକ୍ସିନ୍ ନେଇ ଲୋକମାନେ କିପରି ଏ ମହାମାରୀ ଠାରୁ ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ଶ୍ରୀ ଦାଶଙ୍କର ଭୂମିକା ଅତୁଳନୀୟ । ଶ୍ରୀ ଦାଶ ଙ୍କ ପିତା ଡ଼ କୈଳାସ ଚନ୍ଦ୍ର ଦାଶ ଜଣେ ଖ୍ୟାତନାମା ଶିକ୍ଷାବିତ ଭାବେ ଏ ଅଞ୍ଚଳରେ ଜଣାଶୁଣା ଅଟନ୍ତି । ଶ୍ରୀ ଦାଶ ଜଣେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ସମାଜସେବାକୁ ଆପଣେଇଛନ୍ତି ।ସେ କୁହନ୍ତି ମାନବ ସେବାହିଁ ମାଧବ ସେବା ।
ଶ୍ରୀ ଦାଶ ଙ୍କୁ ସମ୍ବର୍ଦ୍ଧିତ ସମୟରେ ଡ଼ ସ୍ୱାମୀ ଚିଦାନନ୍ଧ ବ୍ରାହ୍ମଚାରି,ଶ୍ରୀବାସ ଦାସ,ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ଏବଂ ଆଶ୍ରମର ସମସ୍ତ ଅନ୍ତେବାସୀ ଉପସ୍ଥିତ ଥିଲେ ।
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )