କେନ୍ଦୁଝର : ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସାରା ଦେଶ ବିଜୟ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ କିନ୍ତୁ ସନ୍ତୁଷ୍ଟ ହେବା ପରି ଲାଗୁନି ।
ଯାହାକି କଂଗ୍ରେସ ର ନେତା ଅଧିର ରଂଜନ ଚୌଧୁରୀ ବକ୍ତବ୍ୟ ରୁ ସ୍ପଷ୍ଟ କରି ହେଉଚି। ସେ ମହାମହୀମ ରାଷ୍ଟପତି ଙ୍କୁ ରାଷ୍ଟ୍ରପତ୍ନୀ କହି ପଦମର୍ଯ୍ୟାଦା କୁ ଅସମ୍ମାନୀତ କରିଥିବାରୁ ଏହାର ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଏହାର ପ୍ରତିବାଦରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଅଧିର ରଂଜନ ଚୌଧୁରୀ ଙ୍କ କୁଶପିତୁଳା ଦାହ କରାଯାଇଛି । ଏହି ପ୍ରତିବାଦ ରେ ଜିଲା ବିଜେପିର ଶବିର ଦାଶ, ପ୍ରକାଶ ଶୁତ୍ରଧର, କିରଣବାଳା ନାଏକ,ସତ୍ୟବ୍ରତ ନାଏକ ଓ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଓ ବିଜେପି କର୍ମୀ ଉପସ୍ଥିତ ଥିଲେ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ପ୍ରଶାଶନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା
କେନ୍ଦୁଝର ଇପିଏ ରୁ ଶିବରଞ୍ଜନ ଦେ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )