ସଚେତନ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।
ସଭାର ପ୍ରାରମ୍ଭରେ ପବିତ୍ର ରାମନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚ ଜିଲ୍ଲାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସୁଖ,ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଆଜିର ବୈଠକରେ ରେଳପଥ, ରିଙ୍ଗରୋଡ , ପର୍ଯ୍ୟଟନ ଓ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ ସହର ବିଷୟକୁ ନେଇ ଆଲୋଚନା ହୋଇଥିଲା। ଖୋର୍ଦ୍ଧା -ବଲାଙ୍ଗିରରେଳପଥର କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ଦ୍ୱିତୀୟ ରେଳପଥ ନିର୍ମାଣ ସମ୍ବଲପୁର ଗୋପାଳପୁର ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଉତ୍ତର ମିଳୁନଥିବାର କଥା ବୈଠକରେ ସଭାପତି କହିଥିଲେ ଓ ସେଥିପାଇଁ ଏକ ଆନ୍ଦୋଳନ ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେବାପାଇଁ ମତ ରଖିଥିଲେ।
ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ଦେବା ଦେବୀ ପୀଠର ବିକାଶ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହାତକୁ ନେଇଥିବା ଦେଖିବାକୁ ମିଳୁଛି ହେଲେ ଜିଲ୍ଲାର କୋଣସି ଗୋଟାଏ ଦେବା ଦେବୀ ମନ୍ଦିରସ୍ଥାନ ନପାଇବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଥିଲା।ସେଥିପାଇଁ ସରକାରଙ୍କୁ ପାତାଳି ଶ୍ରୀକ୍ଷେତ୍ର ରେ ମନ୍ଦିର ନିର୍ମାଣ ସହ ରୋପୱେ ଓ ମାତା ସୁରେଶ୍ଵରୀ ମନ୍ଦିର ର ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ନିବେଦନ କରାଯାଇ ଏକ ପ୍ରସ୍ତାବ ପାରିତ ହୋଇଥିଲା।
ଏହା ସହ ପବିତ୍ର ଦେଵଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା । ଜିଲ୍ଲାର ସଦର ମହକୁମାଠାରେ ଚାଲୁ ରହିଥିବା ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟ ର ଅଗ୍ରଗତି ବିଷୟରେ ମଧ୍ୟ ଆଲୋଚନା ହେଲା।
ଏଥିପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ବିଷୟସବୁକୁ ଗୁରୁତ୍ୱ ପ୍ରଦାନ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ । ଯଦ୍ୱାରା ଜିଲ୍ଲାର ପ୍ରକୃତ ବିକାଶ ସହ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହିତ ବେକାରୀ ଦୂରୀକରଣ ସମ୍ଭବ ବୋଲି ମଧ୍ୟ ଏକ ପ୍ରସ୍ତାବ ଅନୁମୋଦନ କରାଗଲା।
ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଦୁଃଖିରାମ ନାୟକ , , ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ, ଭିକାରୀ ପୃଷ୍ଟି ,ସୂର୍ଯ୍ୟ ନାରାୟଣ ଦାସ, ନବଘନ ସାଣ୍ଢ, ଶୁଭ୍ରାଂଶୁ ଶେଖର ପଣ୍ଡା ଓ ଶିବରାମମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଶେଷରେ ବାଙ୍କାନିଧି ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )