କେନ୍ଦ୍ର ସରକାର ଚୁଡା,ମୁଢି ଓ ଗୁଡରେ ଜିଏସଟି ଲାଗୁ କରିବା ପ୍ରତିବାଦରେ ଗଜପତି ଜିଲ୍ଲା ସିପିଆଇ(ଏମ) ତରଫରୁ ବିକ୍ଷୋଭ ପ୍ରଦର୍ଶନ

0 67

ଗଜପତି ଜିଲ୍ଲା ସିପିଆଇ(ଏମ) ତରଫରୁ କେନ୍ଦ୍ର ସରକାର ଦ୍ୱାରା ଚୁଡା, ମୁଢି ଓ ଗୁଡରେ ଜିଏସଟି ଲାଗୁ କରିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ଛକ ଠାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ କର୍ପୋରେଟ ଜଗତ ଓ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ନୀତି ନିର୍ଦ୍ଧାରଣ କରିବାରେ ଯୁ୍‌ଦ୍ଧକାଳୀନ ଭିତ୍ତିରେ ଗ୍ରହଣ କରିବାରେ ଲାଗିଛନ୍ତି । ସେହିପରି ଗରୀବ , ଦିନ ମଜୁରିଆ ଓ ଖଟିଖିଆଙ୍କ ପେଟରେ ଲାତ ମାରିବାରେ ସାମାନ୍ୟତମ ପଛଘୁଞ୍ଚା ଦେଉନାହାନ୍ତି । ତାର ନଗ୍ନ ଉଦାହାରଣ ଚୁଡା, ମୁଢି ଓ ଗୁଡ ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟରେ ଜିଏସଟି ଲଗାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ସିପିଆଇ ଜିଲ୍ଲା ସମ୍ପାଦକ ଜେନ୍ନା ସୁବାଷ ଚନ୍ଦ୍ର ରାଓ, ସିପିଆଇ(ଏମ) ଲିବରେସନ ଶ୍ରୀନିବାସ ବେହେରା, ଆଇନଜୀବି ଉପେନ୍ଦ୍ର ନାଥ ନାୟକ, ସିପିଆଇ(ଏମ)ର ମୋହିତ ମିଶାଲ, ଏମ ବାଙ୍ଗାରୀଙ୍କ ସମେତ କେ ମାନାରାଓ, କାର୍ତ୍ତିକ ଶବର, ଚନ୍ଦ୍ରଶେଖର ଦେଓ, , ମହେଶ ଶବର ଓ ପି ମୂରଲୀକ୍ରିଷ୍ଣାଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ ।

ଗଜପତି ଇପିଏ ରୁ ଦିଲ୍ଲୀପ ଶତପଥି ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.