ସୁନାପୁର ସମୁଦ୍ର ବେଳାଭୂମିରେ ମୃତ ବ୍ଲ୍ୟୁଫାଗ-ଡ଼ଲଫିନ ଉଦ୍ଧାର

0 4

ଡ଼ଲଫିନକୁ ଦେଖିବା ପାଇଁ ସୁନାପୁର ବେଳାଭୁମି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି

ବ୍ରହ୍ମପୁର,ଦକ୍ଷିଣ ଓଡ଼ିଶାର ସୀମାନ୍ତ ପାତି-ସୁନାପୁର ବେଳାଭୁମିରୁ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଥିବା ଖବର ମିଳିଛି । ଯାହାର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ହେବ । ମୃତ ଡ଼ଲଫିନକୁ ଦେଖିବା ପାଇଁ ସୁନାପୁର ବେଳାଭୁମି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି l ଖବର ଅନୁସାରେ ଶୁକ୍ରବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲାର ପାତି ସୁନାପୁର ବେଳାଭୂମିରେ ଏକ ମୃତ ଡଲଫିନ୍ କୂଳକୁ ଲାଗିଥିବାରୁ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଖବର ପ୍ରଚାରିତ ହେବା ବେଳକୁ ସମୁଦ୍ର କୂଳରେ ଏକ ବିରାଟ ଜନସମାଗମ ହୋଇଥିବା ବେଳେ ଖବର ପାଇ ବ୍ରହ୍ମପୁର ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି l ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପାତି-ସୁନାପୁରକୁ ଏକ ‘ବ୍ଲୁ ଫ୍ଲାଗ୍’ ସମୁଦ୍ର କୂଳରେ ପରିଣତ କରିବାକୁ ଉଦ୍ୟମ ଚାଲିଥିବାବେଳେ ଡଲଫିନ୍ ମୃତ୍ୟୁ ଘଟଣା ପ୍ରଶାସନ କୁ ଚିନ୍ତାର କାରଣ ସାଜିଛି l ଅପରପକ୍ଷରେ ବନ୍ୟପ୍ରାଣୀ ବିଭାଗର ଅଧିକାରୀଙ୍କ ସୂଚନା ପ୍ରକାରେ ବୃଦ୍ଧାବସ୍ଥାରେ ଡଲଫିନ୍ ମରିଥାଇ ପାରେ ଏବଂ ଡ଼ଲଫିନର ପୋଷ୍ଟମର୍ଟମ ପରେ ହିଁ ଡ଼ଲଫିନର ମୃତ୍ୟୁ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.