ଚାଲିଛି ବ୍ରହ୍ମପୁର ରେ ବ୍ରହ୍ମଲୀଳା
ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ସାହୁ ମାମଲାରେ କୌଣସି ଆଶୁ ସମାଧାନ ହୋଇପାରିନଥିବାବେଳେ ଏଭଳି ଅନେକ କାହାଣୀ ଲଭ, ସେକ୍ସ ଓ ପରେ ଧୋକା ବାଜି ଭଳି ଅନେକ ପ୍ରେମିକାଙ୍କ ନ୍ୟାୟ ମିଳୁନି ! ଏଭଳି ଅନେକ ପ୍ରେମିକ-ପ୍ରେମିକାଙ୍କ ପ୍ରେମ ପ୍ରତାରଣା ଚାଲିଛି । ଯାହାକି’ ଲୋକମୁଖରେ କୁହାଯାଏ ବ୍ରହ୍ମପୁରରେ ଚାଲିଛି ବ୍ରହ୍ମଲୀଳା ।। ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧତା ଲାଭକରିଥିବା ଲୋକନୃତ୍ୟ, ଲୋକକଳା ନାଟ୍ୟ ଭାରତ ଲୀଳା, କୃଷ୍ଣଲୀଳା, ରାମ ଲୀଳା, ରାଧା-ପ୍ରେମଲୀଳା ଆଦି ପୌରାଣିକଧର୍ମୀ ନାଟ୍ୟକଳା ଆଜି ପଛରେ ପଡ଼ିଥିବାବେଳେ ବ୍ରହ୍ମପୁରରେ ଚାଲିଛି, ଏହିପ୍ରକାର ବ୍ରହ୍ମ-ଲୀଳା ।। ଏବେ ଏହି ସବୁ ମାମଲା ଗୁଡିକ ବହୁତସ୍ଥାନରେ ଉଦ୍ଭବ ହୋଇ ଯେତିକି ଚର୍ଚ୍ଚା, ସେତିକି ଆଲୋଡନ ସୃଷ୍ଟି କରିଆସିଛି ।
ଏହି ନିକଟରେ ଘଟିଛି, ଆଉ ଏକ କାହାଣୀ ଯାହା ପ୍ରକାଶ ଥାଉକି, ଆଜିକୁ ଏକ ସପ୍ତାହ ଧରି କେ. ଦୀପିକା ନାମ୍ନୀ ଏକ ମହିଳା ବ୍ରହ୍ମପୁର ଦେଶବେହେରା ସାହି ର ତାଙ୍କ ପ୍ରେମିକ ଦୀନେଶ ନାମକ ଜଣେ ବ୍ୟକ୍ତିଙ୍କ ଘର ସାମନା ରେ ଦୀର୍ଘଦିନ ଧରି ଧାରଣାରେ ବସିଛନ୍ତି ।
ଦୀପିକା କହିବା ଅନୁଯାୟୀ ସେ ଦୀନେଶ ଙ୍କୁ ଏକ ସୋରୁମ ରେ ସାକ୍ଷାତ ହୋଇଥିଲା, ପରେ ଦୁହେଁ ଭଲପାଇ ଯାଇଥିଲେ ।
ଫଳ ସ୍ୱରୂପ ଅବିବାହିତା ଦୀପିକା ଏକ ପୁତ୍ରସନ୍ତାନ ର ମାଆ ହେଲେ । କିନ୍ତୁ ଦିନେଶ ବିବାହ କରିବାକୁ ମନା କରିଦେଲେ ।ଯେହେତୁ ଦିନେଶ ଜଣେ ଧନୀ ଘର ର ପୁଅ ଥିଲେ ତେଣୁ ପୁଅର ପରିବାର ଲୋକେ ସହମତି ଦେଲେନି। ପରେ ମହିଳା ଥାନାରେ ଏଫ୍.ଆଇ.ଆର ହେଲା, କୋର୍ଟ କୁ ମାମଲା ଗଲା, ଡି.ଏନ.ଏ. ଟେଷ୍ଟ ବି ହେଲା । ଦୀନେଶଙ୍କ ପୁଅ ବୋଲି ପ୍ରମାଣିତ ହେଲା। କିନ୍ତୁ ଏତେ ସବୁ ପରେ ବି ଦୀପିକାଙ୍କ ପ୍ରେମିକ ଦୀନେଶ ଅନ୍ୟ ଏକ ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଖୋଜାଖୋଜି କରିବା ବନ୍ଦୋବସ୍ତ କରାଯାଉଛି।
ଅତଃ ଏ ସବୁ ଜାଣି କେ. ଦୀପିକା ସହ୍ୟ କରିନ ପାରି ଭୋକ ଉପାସ ରେ ଆଜି କୁ ଏକ ସପ୍ତାହ ହେବ ଦୀନେଶଙ୍କ ଘର ସାମନା ରେ ଧାରଣା ରେ ବସିଛନ୍ତି। ତାଙ୍କୁ ତାଙ୍କର ସ୍ତ୍ରୀ ର ପରିଚୟ ଏବଂ ଦୀନେଶ-ଦୀପିକା ଙ୍କ ଔରସ ରୁ (ରକ୍ତରୁ) ଜନ୍ମ ହେଇଥିବା ୧୮ମାସର ଶିଶୁ ପୁତ୍ରକୁ ବାପାର ପରିଚୟ ଦରକାର ବୋଲି ଦାବୀ କରି ଅଡ଼ି ବସିଛନ୍ତି ।
ଏଥିରେ ବହୁ ସାମାଜିକ କର୍ମୀ ଦୀପିକା କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେଣି। ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି, ଏହା ଏକ ଘୋର ଅନ୍ୟାୟ ଓ ପରିତାପ ର ବିଷୟ ବୋଲି ବିଭିନ୍ନ ମହଲରେ ସ୍ୱର ଉଠିଛି । ଅନ୍ୟପକ୍ଷେରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆସି କେ.ଦୀପିକା ଙ୍କୁ ସହଯୋଗ କରି ତାଙ୍କର ହକ ପାଇଁ ଧାରଣା ରେ ବସିଛନ୍ତି ।
ଆଗକୁ କଣ ଘଟିବ ଦୀପିକାଙ୍କ ଭବିଷ୍ୟତ ତାହା ସମୟ ହିଁ କହିବ !!
ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )