ଡେଙ୍ଗୁ ସଚେତନତା ମାସ ପାଳିତ

0 12

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇ ଯାଇଛି l ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଡେଙ୍ଗୁ ର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ କରିଛନ୍ତି l ଅଦ୍ୟ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ଙ୍କ ସମେତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲାକା ପ୍ରମୁଖ ମଂଚାସୀନ ଥିବାବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା ଓ ଲେପ୍ରସି ) ଡ଼ଃ ପଦ୍ମହଂସ ଦୋରା, ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ମାନସ ରଞ୍ଜନ ଦଣ୍ଡପାଟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରା ଙ୍କ ସମେତ ଜିଲ୍ଲାର ସମୃକ୍ତ ବିଭାଗୀୟ ମୁଖ୍ୟ ତଥା ବିଭାଗୀୟ ଅଧିକାରୀ ସମୂହ ଉପସ୍ଥିତ ଥିଲେ I ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ବୈଠକରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ଡେଙ୍ଗୁ ର କାରଣ, ଲକ୍ଷଣ, ପ୍ରକାରଭେଦ, ବାହକ ଓ ତା’ର ନିୟନ୍ତ୍ରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ I ପରେ ପରେ ଜିଲ୍ଲା ଭିବିଡି କନ୍ସଲଟାଣ୍ଟ ଶ୍ରୀ ଚନ୍ଦ୍ର ଶେଖର ମିଶ୍ର ଜିଲ୍ଲାରେ ଡେଙ୍ଗୁ ର ସ୍ଥିତି,ଅବସ୍ଥିତି ଓ ତାକୁ ନିୟନ୍ତ୍ରଣ କୁ ଆଣିବାକୁ ଥିବା ବିଭିନ୍ନ କାର୍ଯ୍ୟ ପ୍ରଣାଳୀର ସୂଚନା ପ୍ରଦାନ କରିଥିଲେ I ସଭା ଶେଷରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ଅକ୍ରୁର କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.