କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0 34

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ପକ୍ଷରୁ କେନ୍ଦୁଝର ସହର ର ସଂସ୍କୃତି ଭବନ ଠାରେ ବିଭିନ୍ନ ଯାଦବ ପ୍ରତିଭା ଙ୍କୁ ସମ୍ମାନୀତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଉତ୍କଳ ଯାଦବ ମହାସଭାର ସଭାପତି ଆର୍ଶିବାଦ ବେହେରା ଉଦ୍ ଘାଟନ କରିଥିବାବେଳେ ଭୁବନେଶ୍ବର ମହାନିଗମ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଦବ ଭାଇଭଉଣୀ ମାନଙ୍କୁ ସଂଗଠିତ ହୋଇ ଯାଦବ ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ବାନ ଦେଇଥିଲେ।ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକ୍ରମର ମୁଖ୍ୟବକ୍ତା ରବିଦାସ କେନ୍ଦୁଝର ଜିଲ୍ଲା ଯାଦବ ସଂଗଠନ ର କର୍ମକର୍ତ୍ତା ଙ୍କୁ ଭୂୟସିଂ ପ୍ରଶଂସା କରିବା ସହ ଯାଦବ ସଂଗଠନ କୁ ସୁଦୃଢ କରିବା ପାଇଁ ଯାଦବ ମହିଳା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପରିପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ରାହାସ ବିହାରୀ ବାରିକ,ଅଖିଳ ଭାରତ ଯାଦବ ମହାସଭା ଯୁବସଭାପତି ପ୍ରଦୀପ ବେହେରା,ଉତ୍କଳ ଯାଦବ ମହାସଭା ସଂମ୍ପାଦକ ପ୍ରଦୀପ ବେହେରା,ପୂର୍ବତନ ଜିଲ୍ଲାସଭାପତି ମିତ୍ରଭାନୁ ମହାକୁଡ,ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।ଜିଲ୍ଲାଯାଦବ ମହାସଭା ସଭାପତି ପ୍ରଦୀପ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସାଧାରଣ ସଂମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ବିବରଣୀପାଠ କରିଥିଲେ।ଶିକ୍ଷକ ରୋହିତ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ସଦରବ୍ଲକ ଯାଦବ ସଭାପତି ଜତିନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ସଦର ବ୍ଲକ ଯାଦବ ସମିତି ସଭାପତି ଜତୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଯାଦବ ପ୍ରତିଭା ମାନଙ୍କ ମଧ୍ୟରୁ ୧୬ଜଣ ମେଧାବୀ ଛାତ୍ରଛାତ୍ରୀ,୫ଜଣ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଯାଦବ ପ୍ରତିଭା,୧୯ଜଣ ନିର୍ବାଚିତ ପ୍ରତିନିଧି ଓ ଶିକ୍ଷା,ସମାଜସେବା,ସଂଗୀତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୯ଜଣ ଯାଦବ ପ୍ରତିଭା ଙ୍କ ସମେତ ସର୍ବମୋଟ ୪୯ଜଣଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ,କ୍ଷେତ୍ରବାସୀ ମହାକୁଡ,ଅଜୟ ଦାସ,ପପୁ ଯାଦବ,ଶଶିକାନ୍ତ ଦାସ,ମିନାରାଣୀ ବେହେରା,ସୁରଥି ଘଣା,ଶୁକଦେବ ମହାକୁଡ,ପୁରୁଷତ୍ତୋମ ଦାସ,ସଂଞ୍ଜୟ ଦାସ,ପ୍ରମୋଦ ରଂଞ୍ଜନ ବେହେରା,ନୁଠୁ ବାରିକ,ରାଜକିଶୋର ବାରିକ ପ୍ରମୁଖ ସହଯୋଗ କରିଥିଲେ।କେନ୍ଦୁଝର ରୁ ମୋହନ ମୂରତି ମହାରଣା

ଇଏପି ରୁ ସୌଭାଗ୍ୟ ପଟ୍ଟନାୟକ ଏବଂ ଶିବରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.