ଏଆଇଟିୟୁସିର ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

0 22

ଶ୍ରମିକ ଶ୍ରେଣୀର ହକ ଏବଂ ଅଧିକାର ହାସଲ ପାଇଁ ଐକବଦ୍ଧ ହୋଇ ଶ୍ରମିକ ଆନ୍ଦୋଳନ ହେବା ଜରୁରୀ;ଏଆଇଟିୟୁସି

ବ୍ରହ୍ମପୁର : ଏଆଇଟିୟୁସି ଦ୍ୱାରା ପରିଚାଳିତ ରାଜ୍ୟର ଅନ୍ୟତମ ପୁରାତନ ନିର୍ମାଣ କ୍ଷେତ୍ରର ଶ୍ରମିକ ସଂଗଠନ “ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ବିଲଡିଙ୍ଗ୍ କନଷ୍ଟ୍ରକଶନ ୱାର୍କର୍ସ ୟୁନିୟନ”ର ୮ମ ରାଜ୍ୟ ସମ୍ମିଳନୀ ତଥା ଏଆଇଟିୟୁସିର ହୀରକ ଜୟନ୍ତୀ ସମାରୋହ ଜୁଲାଇ ୩୦ ଏବଂ ୩୧ ଦୁଇ ଦିନ ଧରି ଲକ୍ଷ୍ମଣ ଭବନ ଠାରେ ଅନୁଷ୍ଠିତ ହେଉଥିବା ବେଳେ ଏହା ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ନାସନାଲ କନ୍‌ଫେଡ଼େରେଶନ ଅଫ ବିଲଡିଙ୍ଗ୍ ଆଣ୍ଡ କନଷ୍ଟ୍ରକଶନ ୱାର୍କର୍ସର ଜାତୀୟ ସଂପାଦକ ତଥା ଏଆଇଟିୟୁସି ଜାତୀୟ ନେତା ନାରାୟଣ ପୂର୍ବେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଦେଶର ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଶ୍ରମିକ ଶ୍ରେଣୀର ହକ ଓ ଅଧିକାର ହାସଲ ପାଇଁ ଐକବଦ୍ଧ ହୋଇ ଶ୍ରମିକ ଆନ୍ଦୋଳ ଜାରୀ ରଖିବା ଆବଶ୍ୟକ ବୋଲି କହିଥିଲେ । ସିପିଆଇ ରାଜ୍ୟ ସହ ସମ୍ପାଦକ ଡ଼ଃ.ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶର ଶ୍ରମିକ ଶ୍ରେଣୀର ଦୀର୍ଘ ଆନ୍ଦୋଳନ ଫଳରେ ସ୍ୱାଧୀନତା ପୂର୍ବରୁ ଓ ପରେ ପ୍ରଣିତ ଶ୍ରମ ଆଇନକୁ ଖାରଜ କରି ପୁଞ୍ଜିପତିଙ୍କ ସ୍ୱାର୍ଥରେ ଓ କ୍ରୀତଦାସ ପ୍ରଥାର ପୁନଃ-ପ୍ରଚଳନ ପାଇଁ ୪ଟି ଶ୍ରମ କୋର୍ଡ ପ୍ରଣୟନ କରିଥିବା ବେଳେ , ଦେଶର ଶ୍ରମଜୀବି ଜନତାଙ୍କ ରକ୍ତ ଶୋଷଣ କରି ଜିଏସଟିର ଭାର ବୃଦ୍ଧି ଉପରେ ଉଦବେଗ ପ୍ରକାଶ କରିଥିଲେ | ଏହି ସମ୍ମିଳନୀ ସଂଘର ରାଜ୍ୟ ସଭାପତି ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଘର ସାଧାରଣ ସଂପାଦକ ତଥା ଓ ଏଆଇଟିୟୁସି ରାଜ୍ୟ
ଉପ-ସାଧାରଣ ସଂପାଦକ ବିଜୟ ଜେନା ଓଡ଼ିଶାର କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ପଙ୍ଗୁ କରିଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ବିରୋଧରେ ୨ ଅଗଷ୍ଟରେ ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ପକ୍ଷରୁ ରାଜ୍ୟ ଶ୍ରମକମିଶନରଙ୍କ କାର୍ଯ୍ୟାଳୟ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣାକୁ ସଫଳ କରିବା ପାଇଁ ଦୃଢ ଆହ୍ୱାନ ଦେଇଥିଲେ | ଏହି ସମାରୋହକୁ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ୟୁନିୟନ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶ, ଏଚ୍ଏମ୍ଏମ୍ ନେତା ରାଜେନ୍ଦ୍ର ଦାସ ,ସତ୍ୟ ତ୍ରିପାଠୀ , ବିଏମଏସ ନେତ୍ରୀ ଚପଳା ନାୟକ , ,ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ , ସିପିଆଇର ବରିଷ୍ଠ ନେତା ସିମାଞ୍ଚଳ ସାହୁ ,ଛତ୍ରପୁର ଆଞ୍ଚଳିକ ସଂପାଦକ ଏସ୍‌.କ୍ରିଷ୍ଣା ରେଡି ,ଚମାଖଣ୍ଡି ଆଞ୍ଚଳିକ ସଂପାଦକ ସିଏଚ୍ ଜନାର୍ଦ୍ଦନ ରେଡି, ଆଇନଜୀବି ଡି.ଆଦିନାରାୟଣ ରେଡି ,ପ୍ରଫୁଲ କୁମାର ପାଣିଗ୍ରାହୀ ,ଏସ. ତ୍ରିନାଥ ରେଡି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ | ରାଜ୍ୟର ୨୧ ଟି ଜିଲ୍ଲାର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି | ପ୍ରାରମ୍ଭରେ ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ ଏଆଇଟୁସି ର ଆନୁଷ୍ଠାନିକ ପତାକା ଉତ୍ତୋଳନ କରିବା ସହିତ ଅତିଥି ଏବଂ ଶ୍ରମିକ ମାନେ ଶହୀଦ ବେଦୀ ରେ ପୁଷ୍ପମାଲ୍ୟାର୍ପଣ କରି ସମ୍ମିଳନୀ କକ୍ଷରେ ଯୋଗ ଦେଇଥିଲେ l ଆଜିର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ରାଜ୍ୟକାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶ ଓ ଏଆଇଟିୟୁସି ଜିଲ୍ଲା ନେତା ନୀଳକଣ୍ଠ ଦାଶ ସହଯୋଗ କରିଥିଲେ l

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.