ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଏପ୍ରିଲ ୧୦ କୁ ଘୋଷଣା କରିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି । ସର୍ବପ୍ରଥମେ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ ପକ୍ଷରୁ ସ୍ୱର୍ଗତ ନବ କିଶୋର ଦାସ ଙ୍କ ଝିଅ ଦୀପାଲି ଦାସ ଙ୍କୁ ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।

ଏବେ ଅନ୍ୟ ଦଳ ପାଇଁ ପ୍ରାର୍ଥୀ ଖୋଜାଚାଲିଛି । ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ଏ ନେଇ ଆସନ୍ତା ୧୦ ରେ ଉପନିର୍ବାଚନ ଏବଂ ୧୩ ରେ ଫଳାଫଳ ଘୋଷଣା କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )