ମହିଳା ମହାସଂଘ ସଦସ୍ୟା ମାନଙ୍କୁ ଟ୍ରାକ୍ଟର ବଣ୍ଟନ

0 20

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କ୍ରିଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋପ ବ୍ଲକ ର ୨୨ ଗୋଟି ମହିଳା ମହାସଂଘ ସଦସ୍ୟା ମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଟ୍ରାକ୍ଟର ବଣ୍ଟନ କରିଛନ୍ତି। ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟରେ ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ ଦୁଇ ମନ୍ତ୍ରୀ ଟ୍ରାକ୍ଟର ବଣ୍ଟନ କରିଥିଲେ।

ନବୀନ ସରକାର ମହିଳା ମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ଯିବା ଲାଗି ସବୁ ସମୟରେ ବିଭିନ୍ନ ଯୋଜନା କରୁଥିବା ସମୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ବୋଲି ଦୁଇ ମନ୍ତ୍ରୀ ମତ ରଖିଥିଲେ। ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଙ୍କ ସଭାପତିତ୍ବରେ ଓଡ଼ିଶା ଜୀବିକା ମିଶନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ବିଡ଼ିଓ ଦୀପ୍ତି ରାଣୀ ଦାସ, ଉପାଧ୍ୟକ୍ଷ ବନରଞନ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସ୍ବାଇଁ,ଗୋପ ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.