ଜିଲ୍ଲାସ୍ତରୀୟ ବିଶ୍ୱ ଉପଭୋକ୍ତା ଦିବସ ପାଳିତ
ତିର୍ତୋଲ ବ୍ଲକ ଅନ୍ତର୍ଗତ ରାମଜୀପାଟଣା ମୁନିଗୋସାଇଁ ଆଦିକବି ଭବନ ପରିସରରେ ବିଶ୍ୱ ଉପଭୋକ୍ତା ଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ ଅଖିଳ ଭାରତୀୟ ଖାଉଟି କଲ୍ୟାଣ ପରିଷଦର ରାଜ୍ୟ ମହିଳା ସଂଗଠନ ସଭାପତି ତଥା ଆଞ୍ଚଳିକ ଖାଉଟି ସୁରକ୍ଷା ମଞ୍ଚର ସମ୍ପାଦିକା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଜିଲ୍ଲା ସ୍ତରୀୟ ସମିଳନୀ ଅନୁଷ୍ଠିତ ହୋଇଅଛି. l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ସରକାରଙ୍କ ଜଗତସିଂହପୁର ଜିଲ୍ଲା କଂଜୁମର ଫୋରମ ସଭାପତି ପ୍ରଭାତ କୁମାର ପାଢ଼ୀ,ମୁଖ୍ୟବକ୍ତା ଭାବେ ଜିଲ୍ଲା କଂଜୁମର କୋର୍ଟର ସଭ୍ୟା ଶ୍ରୀମତୀ ମଧୁସ୍ମିତା ସ୍ୱାଇଁ,ଯୋଗଦେଇ ଉପଭୋକ୍ତାଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କିତ ବାର୍ତ୍ତା ରଖିବା ସହ 2019 କଂଜୁମର ପ୍ରୋଟେକ୍ସନ ନିୟମ ଗୁଡିକ ବ୍ୟାଖା କରିଥିଲେ, ଉକ୍ତ ସଭାରେ ସ୍ୱତନ୍ତ୍ର ଅତିଥିଭାବେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ମୁଖପାତ୍ର ଓ ଓଡିଶା ରାଜ୍ୟ ସମ୍ପାଦକ ଡ଼ଃ ସୁନାକର ବେହେରା ସଭା ସଂଚାଳନ କରିଥିଲେ ଏବଂ ଉପଭୋକ୍ତା କର୍ମୀ ସମାଜସେବୀ ଦେବେନ୍ଦ୍ର କୁମାର ମଲ୍ଲିକଙ୍କର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା.ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯଥା ସାମାଜିକ କର୍ମୀ, ସାମ୍ବାଦିକ ଏବଂ ବହୁ ଉପଭୋକ୍ତା ମାନେ ସାମିଲି ହୋଇଥିଲେ ଏବଂ ଆମେ ସମସ୍ତେ ଜଣେ ଜଣେ ଉପଭୋକ୍ତା ହୋଇଥିବାରୁ ସରକାରଙ୍କ ଦ୍ୱାରା ପ୍ରଣୟନ ହେଉଥିବା ଉପଭୋକ୍ତା ଆଇନୀକୁ ସରଳ ଭାବେ ସମସ୍ତ ଜନ ସାଧାରଣଙ୍କ ନିକଟରେ କିପରି ପହଁଞ୍ଚିପାରିବ ଓ ଉପଭୋକ୍ତା ସୁରକ୍ଷା ରାଜ୍ୟ ସଂଗଠନର ସଂଗଠକ ସ୍ବର୍ଗତ ବୈଂଶୀଧର ଆଚାର୍ଯ୍ୟଙ୍କ ଦେଖିଥିବା ଉପଭୋକ୍ତା ମାନଙ୍କ ସ୍ବପ୍ନଙ୍କୁ କିପରି ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପାରିବ ସେଥି ନିମନ୍ତେ ତାଙ୍କର କନ୍ୟା ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଜଗତସିଂହପୁର ଜିଲ୍ଲା ର ପୂର୍ବତନ ଡେପୁଟି ଜିଲ୍ଲପାଳ ସୁରେଶ କୁମାର ମହାନ୍ତି ତାଙ୍କ ଅଭି ଭାଷଣରେ ପରାମର୍ଶ ଦେଇଥିଲେ.ଏହି ସଭାରେ ଉପଭୋକ୍ତା ସ୍ୱରର ସାମ୍ବାଦିକ ରବୀନ୍ଦ୍ର କୁମାର ଆଚାର୍ଯ୍ୟ ଏବଂ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ସଭ୍ୟ ଶୁଭଙ୍କର ଜେନା ଓ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଝଙ୍କଡ଼ ସାହିତ୍ୟର ପ୍ରତିଷ୍ଠାତା ଗୋଲଖ ବିହାରୀ ପଲାଇ, ପ୍ରେମାନନ୍ଦ ମିଶ୍ର,ଜାମିନୀକାନ୍ତ ନନ୍ଦ, ମନୋଜ କୁମାର ପ୍ରଧାନ,ବ୍ୟାସ ଫାଉଣ୍ଡେସନ ଉପସଭାପତି ରଶ୍ମିତା ନାୟକ,ଝୁଲାରାମ ଦାସ ଇତ୍ୟାଦି ଉପସ୍ଥିତ ରହିଥିଲେ.ଶେଷରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ କୋଷାଧକ୍ଷ ଯଶୋବନ୍ତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )