ଜାତି କି ଧର୍ମ ନୁହେଁ ମାନବିକତା ମୂଲ୍ୟବୋଧକୁ ବୁଝି ରକ୍ତଦାନ କର: ପୋଲିସ ଡିଜି
ସୁବର୍ଣ୍ଣପୁର : କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି ରକ୍ତବନ୍ଧୁ ସମ୍ବର୍ଦ୍ଧନା ସମାରୋହl ଏହି ସମ୍ବର୍ଦ୍ଧନା ସମାରୋହ ରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏ ସ୍ଵତନ୍ତ୍ର ମେସଜ୍ ରକ୍ତ ବନ୍ଧୁ ଙ୍କୁ ପ୍ରଦାନ କରିଥିଲେ l ରକ୍ତ ଦାନ କ୍ଷେତ୍ର ରେ ବିପ୍ଲବ ହେତୁ ଓଡ଼ିଶା ପୋଲିସ ର ମହା ନିର୍ଦ୍ଦେଶକ ଙ୍କ ଠାରୁ ଭୁବନେଶ୍ଵର ପୋଲିସ ସେବା ଭବନ ଠାରେ କମିଶନର ଅଫିସ ର ରକ୍ତ ବନ୍ଧୁ ସମର୍ଦ୍ଧନା କାର୍ଯକ୍ରମ ରେ ସୁବର୍ଣ୍ଣପୁର ର ପୋଲିସ ହାବିଲଦାର ମନୋଜ ପଣ୍ଡା ଗତ କାଲି ସମ୍ବର୍ଦ୍ଧିତ ହୋଇଛନ୍ତି l ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନିଲ ବଂଶଲ୍,.DGP OF ODISHA ପୋଲିସ କମିଶନର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ (କଟକ- ଭୁବନେଶ୍ଵର) ଆଡିସନାଲ ଡିସିପି ଡ୍ ଉମାଶଙ୍କର ଦାଶ ଆଇପିଏସ୍, ଶ୍ରୀ ପ୍ରତୀକ ସିଂ ଡିସିପି ଭୁବନେଶ୍ୱର ଆଇପିଏସ୍ , ଡ୍ ଲକ୍ଷ୍ମୀଧର ସାହୁ ନିଦେଶକ କେପିଟଲ ହଲ୍ପିଟଲ ଭୁବନେଶ୍ଵର, ଆଡିସନାଲ ଡିସିପି ଅଶୋକ ପାଣିଗ୍ରାହୀ ଓ ରକ୍ତ ବଂଧୁ ସଂଯୋଜକ ହାବିଲଦାର ସିଦ୍ଧେଶ୍ୱର୍ ସାମଲ ରକ୍ତ ଦାତା ତଥା ଉଦ୍ୟୋକ୍ତl ମାନଙ୍କୁ ସମ୍ବର୍ଦ୍ଧିତ କରି କହିଛନ୍ତି ଯେ, ରକ୍ତ ର କିଛି ସ୍ପେସିଫିକ ରିଲିଜନ ନାହିଁ, କିଛି କାଷ୍ଟ ନାହିଁ, ଏବଂ କିଛି କମ୍ୟୁନିଟି, କେଟେଗୋରି ନାହିଁ ବୋଲି ମତ ରଖି ରକ୍ତ ଦାନ କରୁଥିବା ଓ ଏଥିପାଇଁ ଯୁବକ ମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପୋଲିସ ଓ ସମାଜସେବୀ ଅନୁଷ୍ଠାନ କୁ ଡିଜି ପ୍ରଶଂସା କରିଥିଲେ l ଏବଂ ରକ୍ତଦାନ ଲୋକ ଙ୍କୁ ଯୋଡି ପାରିଛି ବୋଲି କହିଥିଲେ l ମୋ ପାଇଁ ଏହା ଏକ ଅଭୁଲା ମୂହୁର୍ତ୍ତ , ସମସ୍ତ ଏସପି ଙ୍କ ପ୍ରେରଣା, ଗୁରୁଜନ ଙ୍କ ଆଶୀର୍ବାଦ ଓ ଭଲ ପାଇବା, ରକ୍ତ ଦାତା ଓ ମିଡ଼ିଆ ଙ୍କ ସହଯୋଗ, ତଥା ନିସ୍ଵାର୍ଥପର, ଉତ୍ସର୍ଗୀକୃତ ସେବା, ତ୍ୟାଗ ବଳରେ ଏହି ସମ୍ମାନ ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ପଣ୍ଡା ଆଜି ସାମ୍ବାଦିକ ଙ୍କୁ କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଆମେ ଫିଟ ଏଣ୍ଡ ଫାଇନ ରହିଲେ ଅନ୍ୟ ଙ୍କୁ ସେବା ଯୋଗାଇ ପାରିବା l ଯାହାକି କେବଳ ଯୋଗ ପ୍ରାଣାୟାମ ଓ ମନ୍ଦିର ମାଳିନୀ ସହର ର ସ୍ୱଚ୍ଛତା ସେବା ସାଙ୍ଗ କୁ ସର୍ବଦା ଦୟା ଓ ସକାରାତ୍ମକ ଚିନ୍ତାଧାରା ହିଁ ମୋର ଆତ୍ମବିଶ୍ୱାସ ବଢ଼ାଇ ପାରିଛି ବୋଲି ମନୋଜ କହିଛନ୍ତି । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ରକ୍ତ ବଂଧୁ ମନୋଜ ପଣ୍ଡା ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ୍ କରି ମନୋଜ୍ ହେତୁ ଜିଲ୍ଲା ପୋଲିସ ଗର୍ବିତ ବୋଲି କହିଛନ୍ତି। ଆଗାମୀ ଦିନ ରେ ରକ୍ତର ଅଭାବକୁ ଜିଲ୍ଲା ରେ କରାଇ ନଦେବାକୁ ଜିଲ୍ଲା ପୋଲିସ ସଂପୂଣ୍ଣ ନିଷ୍ଟ।ର ସହିତ କାର୍ଯ କରି ପ୍ରକୃତ ରକ୍ତବଂଧୁ ସୃଷ୍ଟି କରିବ ବୋଲି କହିଛନ୍ତି।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )