ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୌପଦି ମୁର୍ମୁ ଙ୍କ ବିଜୟ ହାସଲ

0 10

ରାଷ୍ଟ୍ରପତି ନିର୍ବାଚନ ରେ ଏନ୍ ଡି ଏ ର ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ବିଜୟ ହାସଲ କରିଛନ୍ତି। ତାଙ୍କ ବିଜୟ କୁ ନେଇ ସାରା ଓଡ଼ିଶା ରେ ସେଲିବ୍ରେସନ୍ ଆରଂଭ ହୋଇଛି। ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ଭାବେ ଜିତିଥିବାରୁ ଓଡ଼ିଶା ବାସୀ ଙ୍କ ପାଇଁ ଏହା ବେଶ୍ ଗର୍ବର ବିଷୟ। ପୁରୀ ରେ ମଧ୍ଯ ବିଜେପି ପକ୍ଷରୁ ସେଲିବ୍ରେସନ କରାଯାଇଛି।

ବିଜେପି କର୍ମୀ, ନେତା ମାନେ ପ୍ରଥମେ ବାଜା ବଜାଇ, ପ୍ଲା କାର୍ଡ ଧରି ଶ୍ରୀମନ୍ଦିରର ଚାରି ପାଖ ପରିକ୍ରମା କରିଥିଲେ। ପରେ ସିଂହ ଦ୍ଵାର ସମୁଖ ବାଜା ର ତାଳେ ତାଳେ ନାଚି , ମିଠା ବାଣ୍ଟୀ ବିଜୟ ଉତ୍ସବ ପାଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦ୍ରୌପଦୀ ମୁର୍ମୁ ଙ୍କୁ ଆଶୀର୍ବାଦ ଦିଅନ୍ତୁ ଓ ସେ ଦେଶର ଉନ୍ନତି କରନ୍ତୁ ବୋଲୀ ସମସ୍ତେ ପ୍ରାର୍ଥନା କରିଚନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.