ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲପର

0 16

ଯୋଡ଼ା : ବେପରୁଆ ତଥା ଓଭଲୋଡ ବେଆଇନ୍ ଗାଡି ଚାଳନା ପାଇଁ ରାସ୍ତା ଦୃଘଟଣା ବୃଦ୍ଧି ପାଉଥିବା ଚିନ୍ତାର କାରଣ ହୋଇଛି। କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୫୨୦ ଚମ୍ପୁଆ ନିକଟ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେବା ପରେ ଗାଡ଼ିଟି ଜଳିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ଟ୍ରେଲରରେ ଥିବା ଡ୍ରାଇଭର ଓ ହେଲପର ଜିଅନ୍ତା ଜଳିଯାଇଥିଲେ। ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ଗାଡିଟି ଛତିଶଗଡ଼ର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟ୍ରେଲରଟି ଯୋଡ଼ାରୁ ଲୁହାପଥର ନେଇ ଯାଉଥିଲା। ଏହି ସମୟରେ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ହାଇୱାକୁ ପଛରୁ ଧକ୍କା ଦେଇଥିଲା। ପରେ ଗାଡ଼ିରେ ନିଆଁ ଲାଗିଯାଇଥଲା। ଗାଡ଼ି ଭିତରେ ଥିବା ଡ୍ରାଇଭର ଓ ହେଲପର ବାହରକୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ଇପିଏ ରୁ ବିରଞ୍ଚିନାରାୟନ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.