ବେତନ ହାର ଲେବେଲ୍-୪ରୁ ଲେବେଲ୍-୯କୁ ବୃଦ୍ଧିକୁ ନେଇ ଅମଲା ସଂଘର ଆନ୍ଦୋଳନକୁ ଏକ ସପ୍ତାହ ପୁରିଲା । ଏ ପ ର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।
ଯଦ୍ୱାରା କି ପ୍ରଶାସନିକ କାର୍ଯ୍ୟ ଗୁଡିକ ସମ୍ପାଦନ ହୋଇପାରୁନାହିଁ । ବର୍ତ୍ତମାନ ଏହାର ସିଧାସଳଖ ପ୍ରଭାବ ଜନସଧାରଣଙ୍କ ଉପରେ ପଡୁଛି । ଗଜପତି ଜିଲ୍ଲାର ଜନସଧାରଣ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସି ବାଧ୍ୟହୋଇ ନିରାଶ ହୋଇ ଯିବାକୁ ପଡୁଛି । ଏପରିକି କିଛି ଲୋକ ଅମଲାଙ୍କ ପ୍ରତି ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି ଏବଂ ଯାହାର କୁପରିଣାମ ଜନସାଧାରଣଙ୍କୁ ଭୋଗିବାକୁ ପଡୁଛି ବୋଲି କହିଛନ୍ତି ।
ଗଜପତି ଇପିଏ ରୁ ଦିଲ୍ଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )