ଟି.ଏନ.ଟି ସ୍କିଲ ସେଣ୍ଟର ପ୍ରାଇବେଟ ଲିମିଟେଡଠାରେ ଉଦ୍ୟୋଗ ବିକାଶ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ

0 31

ବ୍ରହ୍ମପୁରସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରଠାରେ ଉଦ୍ୟୋଗ ବିକାଶ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଟି.ଏନ.ଟି ସ୍କିଲ ସେଣ୍ଟରଠାରେ ଫେପ୍ରୁଆରି ୧୭ ତାରିଖରୁ ଗତ ୧୨ ଦିନ ଧରି ଉକ୍ତ ଉଦ୍ୟୋଗ ବିକାଶ ସମ୍ବନ୍ଧିତ କ୍ଲାସ ହେଇଆସୁଥିଲା | ଉକ୍ତ କାର୍ଯ୍ୟକ୍ରମଟି ଇନଷ୍ଟିଚୁଟ ଅଫ ଅନ୍ତ୍ରପ୍ରିନ୍ୟରସିପ, ଭୁବନେଶ୍ବର ଓ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିସ ସେଣ୍ଟର (ଡି.ଆଇ.ସି), ଗଂଜାମର ମିଳିତ ଉଦ୍ୟମରେ ସଂଗଠିତ ହୋଇଥିଲା | କାର୍ଯ୍ୟକ୍ରମ ପ୍ରାୟୋଜନ କ୍ଷେତ୍ରରେ ଡିରେକ୍ଟର ଅଫ ଇଣ୍ଡଷ୍ଟ୍ରିସ, ଓଡିଶା ସରକାରଙ୍କ ଅବଦାନ ବାସ୍ତବରେ ଅତୁଳନୀୟ | ଆଇ.ଇ.ଡି. ଅଫିସର ଶ୍ରୀ ଜି.ଏନ. ଭୋଳ, ବ୍ରହ୍ମପୁର ଆଇ.ପି.ଓ. ଶ୍ରୀ ପ୍ରିୟାଂଶୁ ପଟ୍ଟନାୟକ, ଗଂଜାମ ଡି.ଆର.ପି. ଓ ଡି.ଆଇ.ସି. ଶ୍ରୀ ସାଇ ଚନ୍ଦନ ବିଷୋୟୀ, ଏବଂ ଟି.ଏନ.ଟି ସ୍କିଲ ସେଣ୍ଟର ଚେୟାରମ୍ୟାନ ଶ୍ରୀ ଅଜୟ କୁ. ଦ୍ବିବେଦୀଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଥିଲା |

ଶ୍ରୀ ଜି.ଏନ. ଭୋଳ ଓ ଶ୍ରୀ ଅଜୟ କୁ. ଦ୍ବିବେଦୀଙ୍କ ନେତୃତ୍ବରେ ଗତ ଗୁରବାର ଦିନ କାର୍ଯ୍ୟକ୍ରମ ଯୋଗଦାତ୍ରୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଗଲା | ଉକ୍ତ କାର୍ଯ୍ୟକ୍ରମରେ ମାର୍କେଟିଙ୍ଗ, ଉଦ୍ୟୋଗୀକରଣ, ଜି.ଏସ.ଟି., ଆକାଉଣ୍ଟିଙ୍ଗ, କୋଷ୍ଟିଙ୍ଗ, ଓ ଅନେକ ଆବଶ୍ୟକୀୟ ବିଷୟ ସମ୍ପର୍କିତ କ୍ଲାସ କରାଯାଇଥିଲା | ପ୍ରତିଟି ବିଷୟ ପାଇଁ ଜଣେ ନୂଆ ପ୍ରଶିକ୍ଷକ ପ୍ରତିଦିନ ପିଲାଙ୍କୁ ତାଲିମ ଦେବା ପାଇଁ ଆସୁଥିଲେ | ମାର୍ଚ ୪ ତାରିଖରେ ପିଲାଙ୍କୁ ବିଭିନ୍ନ ଶିଳ୍ପ ପରିଦର୍ଶନ ପାଇଁ ମଧ୍ୟ ନିଆଯାଇଥିଲା | ଏହି ସାର୍ଟିଫିକେଟଟି କାର୍ଯ୍ୟକ୍ରମ ଯୋଗଦାତ୍ରୀମାନଙ୍କୁ ଉଦ୍ୟୋଗ ବିକାଶ ନିମନ୍ତେ ଋଣ ପାଇବା ସହିତ ସବସିଡି ଯୋଗାଇବାରେ ମଧ୍ୟ ସାହାଯ୍ୟ କରିବ |

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.