ଫଟୋ ସାମ୍ବାଦିକଙ୍କ ମୃତ୍ୟୁ ରେ ଇପିଏ ସଂପାଦକ ଙ୍କ ଶୋକ
ଭୁବନେଶ୍ବର:ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଆଜି ଘୋଷଯାତ୍ରାରେ ଫଟୋ ଉତ୍ତୋଳନ ପାଇଁ ସେ ପୁରୀ ଯାଉଥିବା ଅବସରରେ ଭୋର ପ୍ରାୟ ୫ଟା ବେଳେ ସେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା
ଗୁରୁତର ଅବସ୍ଥାରେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀପଣ୍ଡା ପ୍ରଥମେ ୧୯୮୪ ମସିହାରେ ଇପିଏର ସଂପାଦକ ଅନିଲ ପ୍ରସାଦ ମିଶ୍ରଙ୍କ ଇଷ୍ଟର୍ନ ପ୍ରେସ୍ ଏଜେନ୍ସୀରୁ ଫଟୋ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏଠାରେ ସେ ୧୯୮୪ରୁ ୧୯୯୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୬ରେ ସେ ଦୈନିକ ଖବର କାଗଜ ‘ସମୟ’ରେ ଯୋଗ ଦେଇଥିଲେ। ତାଙ୍କର ରାସ୍ତା ଦୁଘର୍ଟଣା ଅକାଳ ବିୟୋଗରେ ଇପିଏର ସଂପାଦକ ଅନିଲ ପ୍ରସାଦ ମିଶ୍ର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶୋକ ଶନ୍ତପ୍ତ ପରିବାରଙ୍କୁ ଏ ବିପଦ ସମୟରେ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପାରିବାର ଲୋକମାନଙ୍କୁ ଏକ ବାର୍ତ୍ତାରେ ସମବେଦନା ଜ୍ଞାପନ କରିଛନ୍ତି
ଇପିଏ ରୁ ବିରଞ୍ଚି ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )