ଜାଲି ସାହୀ ବସ୍ତି କୁ କରାଯିବା ଉଚ୍ଛେଦ

0 12

ପୂରୀ ରାମ ମନ୍ଦିର ନିକଟ ରେ ଥିବା ଜାଲି ସାହୀ ବସ୍ତି କୁ କରାଯିବା ଉଚ୍ଛେଦ। ପୁରୀ ପୌର ପାଳୀକା ପକ୍ଷରୁ ଏ ନୋଟିସ ଜାରି ହୋଇଚି। ତେବେ ବସ୍ତି ବାସିନ୍ଦା ଙ୍କ ସହ ଆଲୋଚନା କରାନଯାଇ ଉଚ୍ଛେଦ ପାଈଁ ନୋଟିସ ହୋଇ ଥିବାରୁ ବସ୍ତି ବାସିବା ଉଚ୍ଛେଦ କୁ କଡ଼ା ବିରୋଧ କରିଛନ୍ତି। ରାସ୍ତା ଓ ଡ୍ରେନ ନିର୍ମାଣ ଆଳରେ ଶତାଧିକ ଘର ଭାଙ୍ଗିବାକୁ ପ୍ରଶାସନ ର ଯୋଜନା କୁ ବସ୍ତି ବାସିନ୍ଦା ବିରୋଧ କରିଚନ୍ତି। ବସ୍ତି କୁ ରାସ୍ତା ଥିବା ବେଳେ ଆଉ ରାସ୍ତା ର ଆବଶ୍ୟକ ନାହିଁ।

ହେଲେ ପୁରୀ ପୌରପାଳିକା ଜଣେ ଅଫିସର ଙ୍କ ଘର କୁ ରାସ୍ତା ଯିବା ପାଇଁ 50 ରୁ ଅଧିକ ପାରିବାର ର ଘର ଭାଙ୍ଗିବା କିଭଳି ଉଚିତ ବୋଲି ପ୍ରଶ୍ନ ଉଠିଛି। ପୁର୍ବରୁ ଏ ନେଇ ବସ୍ତି ବାସିନ୍ଦା ପୌର ନିର୍ବାହୀ ଅଧିକାରି ଙ୍କ ସହ ଆଲୋଚୋନା କରିଥଲେ। ତେବେ ବସ୍ତି ବାସିନ୍ଦା ଙ୍କ ଅଭିଯୋଗ ର ଶୁଣାଣି ନ କରି ପୁରୀ ପୌର ଅଧିକାରି ତାଙ୍କ କର୍ମଚାରି ଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଈଂ ସମୂହ ସ୍ବାର୍ଥ ଭୁଲି ଯାଇ ବସ୍ତି ପାଇଁ ଉଚ୍ଛେଦ ନୋଟିସ ଦେଇ ଥିବା ଅଭିଯୋଗ ହୋଇଛି। ତେବେ ପୁରୀ ଜିଲାପାଳ ବସ୍ତି ବାସିନ୍ଦା ଙ୍କ ସମସ୍ୟା ନ ବୁଝିଲେ ଏବଂ ଉଚ୍ଛେଦ ବନ୍ଦ୍ ନ କଲେ ଆଗାମୀ ଦିନରେ ବସ୍ତି ବାସିନ୍ଦା ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତା ଚେତାବନୀ ଦେଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.