ଟ୍ରେନ ଯାତ୍ରୀଙ୍କ ପାଇଁ ସୂଚନା

ଟ୍ରେନ୍ରେ ଅଧିକ ଲଗେଜ୍ ନେଲେ ଜରିମାନା: ଲଗେଜ୍ର ସର୍ବନିମ୍ନ ଶୁଳ୍କ ୩୦ ଟଙ୍କା
ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଲଗେଜ୍ ନେଉଥିବା ଟ୍ରେନ୍ ଯାତ୍ରୀ ଧରାପଡ଼ିଲେ ଜରିମାନା ଦେବେ। ଯେତିକି ଲଗେଜ୍ ପାଇଁ ବୁକିଂ କରାଯାଇଛି ତା’ଠାରୁ ଅଧିକ ଲଗେଜ୍ ନେଇହେବ ନାହିଁ। ଅଧିକ ଲଗେଜ୍ ନେଉଥିବା ଯାତ୍ରୀ ଯଦି ଧରାପଡ଼ିବେ ତେବେ ତାଙ୍କ ଠାରୁ ସାଧାରଣ ଦର ତୁଳନାରେ ୬ ଗୁଣା ଅଧିକ ରାଶି ଜରିମାନା ଭାବେ ଆଦାୟ କରାଯିବ ବୋଲି ପ୍ରକାଶ ପାଇଛି।
ରେଳବାଇର ନିୟମ ଅନୁସାରେ ଟ୍ରେନ୍ ଯାତ୍ରୀମାନେ ବିଭିନ୍ନ ଶ୍ରେଣୀର କୋଚ୍ ଅନୁସାରେ ୪୦-୭୦ କିଲୋ ପର୍ଯ୍ୟନ୍ତର ଲଗେଜ୍ ନେଇପାରିବେ। ତା’ଠାରୁ ଅଧିକ ଲଗେଜ୍ ନେବାକୁ ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏସି ପ୍ରଥମ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୭୦ କେଜି ଓ ସର୍ବାଧିକ ୧୫୦ କେଜି ଲଗେଜ୍ ନେଇପାରିବେ। ସେହିପରି ଏସି ଟାୟାର-୨ ସ୍ଲିପର୍/ ଫାଷ୍ଟ୍ କ୍ଲାସ୍ ଯାତ୍ରୀମାନେ ମାଗଣାରେ ୫୦ କେଜି ଓ ସର୍ବାଧିକ ୧୦୦ କେଜି, ଏସି ଟାୟାର-୩ ସ୍ଲିପର/ ଏସି ଚେୟାର କାର୍ ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୪୦ କେଜି, ସ୍ଲିପର୍ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୮୦ କେଜି ଏବଂ ଦ୍ବିତୀୟ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୩୫ କେଜି ଓ ସର୍ବାଧିକ ୭୦ କେଜି ଲଗେଜ୍ ନେଇପାରିବେ। ଲଗେଜ୍ ପାଇଁ ସର୍ବନିମ୍ନ ଶୁଳ୍କ ହେଉଛି ୩୦ ଟଙ୍କା। ଲଗେଜ୍ ସହ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟ୍ରେନ୍ ଛାଡ଼ିବାର ୩୦ ମିନିଟ୍ ପୂର୍ବରୁ ବୁକିଂ ଷ୍ଟେସନର ଲଗେଜ୍ ଅଫିସରେ ପହଞ୍ଚିବାକୁ ପଡ଼ିବ। ଟିକଟ ବୁକିଂ ବେଳେ ମଧ୍ୟ ଲଗେଜ୍ର ଅଗ୍ରୀମ ବୁକିଂ ହୋଇପାରିବ। ସର୍ବନିମ୍ନ ଯେତିକି ଜିନିଷ ଦରକାର ତାହା ନେଇ ଯାତ୍ରା କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଆହ୍ବାନ ଦିଆଯାଇଛି। ରେଳ ମନ୍ତ୍ରାଳୟ ଟୁଇଟ୍ କରି ଜଣାଇଛି ଯେ ଯଦି ଅଧିକ ଲଗେଜ୍ ରହିବ ତେବେ ଯାତ୍ରାର ସୁଖ କମିଯିବ। ଟ୍ରେନ୍ରେ ଯାତ୍ରା କରିବା ବେଳେ ଅଧିକ ଲଗେଜ୍ ନିଅନ୍ତୁ ନାହିଁ। ଯଦି ଅଧିକ ଲଗେଜ୍ ଅଛି ତେବେ ପାର୍ସଲ୍ ଅଫିସକୁ ସାହାର୍ଯ୍ୟ କରିବା ଲାଗି ତାହାର ବୁକିଂ କରନ୍ତୁ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ) ରିପୋର୍ଟ