ପାଇକମାଳ ବ୍ଲକ୍ ହାତୀ ଆକ୍ରମଣ ବଞ୍ଚିଗଲେ ପରିବାର

0 35

ଘରଦ୍ୱାର ଭାଙ୍ଗି ଧାନ ଓ ଚାଉଳ ଖାଇ ଛାରଖାର କଲେ

ପଦ୍ମପୁର/ବରଗଡ଼: ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ଵରତୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପତ୍ରାପାଲି ଶବରପଡ଼ାର ମଧୁସୂଦନ ମାଝୀ ପରିବାର ହାତୀ ଆକ୍ରମଣରୁ ବଞ୍ଚି ଯାଇଛନ୍ତି।ଗତ କାଲି ରାତି ପ୍ରାୟ ୧୧ରୁ୧୨ଘଣ୍ଟା ସମୟରେ ଗନ୍ଧମାର୍ଦନ ପାହାଡ ପଟରୁ ଦୁଇ ପଟ ଦନ୍ତା ହାତୀ ଆସି ଘରକୁ ପ୍ରଥମେ ଆକ୍ରମଣ କରି ଭାଙ୍ଗିବା ଆରମ୍ଭ କରି ଥିଲେ।ମଧୁସୂଦନ ଏ ନିଶ୍ଚିତ ହାତୀ ହୋଇଥିବ ଜାଣିପାରି ଦେଖିଥିଲେ। ସତର୍କତା ସହ ସମସ୍ତ ପରିବାରଙ୍କୁ ଉଠାଇ ଘରକୁ ଭାଙ୍ଗୁଥିବା ବେଳେ କୌଶଳ କ୍ରମେ ମଧୁସୂଦନ କବାଟକୁ ଧିରେ ଧିରେ ଖୋଲି ସମସ୍ତଙ୍କୁ ବାହାର କରିଥିଲେ।ପରିବାର ସହ ନିକଟ ରାମ ଦାସ ଘରକୁ ଯାଇ ଆଶ୍ରୟ ନେଇ ସପରିବାରଙ୍କୁ ମରଣ ମୁଖରୁ ବଞ୍ଚାଇ ନିଜକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇଥିଲେ।ଆଜି ଖବର ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଗ ଘଟଣାସ୍ଥଳକୁ ପହଞ୍ଚି ପ୍ରାସାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପାଇକମାଳ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ରଶ୍ମିତା ବହିଦାର ପରିବାର ଘରକୁ ପହଞ୍ଚି ସମସ୍ତ ଘଟଣା ଅବଗତ ହୋଇ ୫୦କେ.ଜି.ଚାଉଳ ଓ ପାଞ୍ଚ ଶହ ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି।ଏହା ସହ ନୂଆପଡ଼ା ଡେପୁଟି କଲେକ୍ଟର ମହେନ୍ଦ୍ର ବଢେଇ ରାସନ୍ ସାମଗ୍ରୀ ସହ ପଚିଶ ଶହ ଟଙ୍କା ବରତୁଣ୍ଡା ଯୁବ ଗୋଷ୍ଠୀ ବିଶ୍ୱନାଥ ବାଗ,ରୁକ୍ମଣ ଧରୁଆ,ତ୍ରିଲୋଚନ ହେର୍ଣ୍ଣା,ସୁଦାମ ହେର୍ଣ୍ଣା,ବନମାଳୀ ବିନାଟ,ଟଙ୍କଧର ପୋଢ଼,ସୁଶାନ୍ତ ହେର୍ଣ୍ଣା,ଏବ୍ରାହିମ୍ ମହମ୍ମଦ,ପ୍ରମୋଦ ବରିହା,ସାବିର ମହମ୍ମଦ ପ୍ରମୁଖଙ୍କ ସହାୟତାରେ ପ୍ରଦାନ କରିଛନ୍ତି।ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରିତା ସୁନା ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ଏକ ହଜାର ଟଙ୍କା ଓ ଚାଉଳ ୫୦କେ.ଜି. ପ୍ରଦାନ କରିଛନ୍ତି।ଫରେଷ୍ଟ ବିଭାଗ ଅଧିକାରୀ ଦିବାକର ପ୍ରଧାନ,ଚିନ୍ମୟ ପ୍ରଧାନ ପ୍ରମୁଖ ପହଞ୍ଚି ରାସନ୍ ସାମଗ୍ରୀ ସହାୟତା ଯୋଗାଇ ଦେଇଥିବା ବେଳେ ଜାମସେଠ ଆର.ଆଇ.ଡମ୍ବରୁଧର ସେଠ୍ ଘଟଣା ସ୍ଥଳକୁ ପହଞ୍ଚି ପ୍ରାସାସନିକ ଅଧିକାରୀଙ୍କୁ ରିପୋର୍ଟ୍ ପ୍ରଦାନ କରିଥିବା ଜଣାପଡ଼ିଛି।

ପଦ୍ମପୁର ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.