ମଠକରଗୋଳା ଡିଗ୍ରୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ
ମଠକରଗୋଳା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସୁନାମଧନ୍ୟ ଅଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ସଭାପତିତ୍ବ କରି ପସ୍ ଆଉଟ୍ ଛାତ୍ରଛାତ୍ରୀ ମାନେ କିପରି ଆଗକୁ ନିଜର ଭବିଷ୍ୟତ ଗଢିବେ ଉପଦେଶ ପ୍ରଦାନ କରିଥିଲେ ।ଉକ୍ତ ଉତ୍ସବରେ ଆଭ୍ୟନ୍ତରଣୀୟ ଗୁଣବତ୍ତା ପ୍ରକୋଷ୍ଟର ସଂଯୋଜିକା ଶ୍ରୀମତୀ ସ୍ଵପ୍ନିତା ରାଉତ, ବାଣିଜ୍ୟ ବିଭାଗର ବରିଷ୍ଟ ଅଧ୍ୟାପକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର ଅତିଥି ଭାବେ ଯୋଗଦାନକରି ଉଦ୍ଭିଦ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ନିଯୁକ୍ତି ସୁଯୋଗ ସଂବଦ୍ଧୀୟ ସୂଚନା ପ୍ରଦାନ କରିଥିଲେ ।ପ୍ରଫେସର ଶ୍ରୀମତୀ ପ୍ରଦୀପ୍ତା ମହାପାତ୍ର ,ଅଧ୍ୟାପିକା ଶ୍ରୀମତୀ ରଶ୍ମିତା ଖୁଣ୍ଟିଆ ଓ ସୁଶ୍ରୀ ଶ୍ରାବଣୀ ସପ୍ତାଶ୍ଚାରୀ ନିଜ ବିଭାଗର ସଫଳତା ଓ ଛାତ୍ରଛାତ୍ରୀ ମାନଙ୍କର ଉତ୍ତମ ବ୍ୟବହାର ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା,ଶ୍ରୀଯୁକ୍ତ ଫକୀର ମୋହନ ଲେଙ୍କା,ଶ୍ରୀଯୁକ୍ତ ବିନୟ ଦାସ,ଶ୍ରୀଯୁକ୍ତ ଶୁଭେନ୍ଦୁ ପରିଡ଼ା ଓ ଶିଶୁ ଅତିଥି ଶ୍ରୀ ସାରାଂଶ ଶେଖର ପାତ୍ର ଉକ୍ତ ଉତ୍ସବରେ ଉପସ୍ଥିତ ରହି ଉତ୍ସବଟିକୁ ସଫଳ କରିଥିଲେ ।
କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )