ଆଇଆରଇ ଚିଫ୍-ସିକ୍ୟୁରିଟି ମେନେଜର ଶ୍ରୀମାନ ପି.କେ.ରାଉତ ଙ୍କୁ ବିଦାୟ ସମ୍ବର୍ଦ୍ଧନା

0 14

ଛତ୍ରପୁର ଉପକଣ୍ଠ ମାଟିଖାଲ ଠାରେ ଅବସ୍ଥାପିତ ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା ଆଇ.ଆର.ଇ.ଏଲ୍. (ଇଣ୍ଡିଆ)ଲିଃ. କାର୍ଯ୍ୟକ୍ଷେତ୍ରରେ ଅବସ୍ଥାପିତଥିବା ଚିଫ୍-ସିକ୍ୟୁରିଟି ମେନେଜର ଶ୍ରୀମାନ ପି.କେ.ରାଉତ ଇତିମଧ୍ୟରେ ଅବସରଗ୍ରହଣ କରିଛନ୍ତି । ଶ୍ରୀରାଉତଙ୍କୁ ଆଇ.ଆର.ଇ.ପ୍ରଶାସନିକସ୍ତରରେ ଭବ୍ୟ-ସମ୍ବର୍ଦ୍ଧନାର ସହ ବିଦାୟସମ୍ବର୍ଦ୍ଧନା ଦିଆଯାଇଥିବାବେଳେ କର୍ମଚାରୀ ୟୁନିୟନ ଏବଂ ବିଭିନ୍ନ ମହଲରେ ମଧ୍ୟ ତାଙ୍କୁ ବିଦାୟସମ୍ବର୍ଦ୍ଧନା ଦିଆଯାଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଏ.ତୋଟାପଲ୍ଲୀ ଗ୍ରାମର ମା’ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ-ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଏ.ତୋଟାପଲ୍ଲୀ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ସାରସ୍ୱତ ସାମାରୋହରେ ଶ୍ରୀମାନ ପି.କେ.ରାଉତଙ୍କୁ ଆନୁଷ୍ଠାନିକଭାବେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ଆଇ.ଆର.ଇ. ୟୁନିୟନର ଉଦ୍ୟକ୍ତା ବରିଷ୍ଠ କଳାକାର ଦୈତାରୀସେଠୀ, ଏ.ତୋଟାପଲ୍ଲୀ ଗ୍ରାମର ହରିହର ପ୍ରଧାନ, ମାଗୁଣି ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ରବିନ୍ଦ୍ରପ୍ରଧାନ ଯୋଗଦେଇ ଶ୍ରୀ ରାଉତଙ୍କ ଦୀର୍ଘନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ନୈଶଭୋଜିରେ ସମସ୍ତେ ଖୁସି ମନାଇଥିଲେ ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.