ଘରୋଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ୧୦ ମୃତ
ଭୋପାଳ: ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ଣରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ।ଏଠାରେ ଦମୋହ ନାକା ପାଖରେ ଥିବା ନ୍ୟୁ ଲାଇଫ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ରେ ଘଟିଛି ଅଗ୍ନିକାଣ୍ଡ। ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛି।ଜବଲପୁର ଜିଲ୍ଲା ଆଲିଆ ରାଜା କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।ଶର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା।ନିଆଁ ଲିଭା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଡାକ୍ତରଖାନା ଭିତରେ ଆଉ କିଛି ଲୋକ ଫସି ରହିଥିବା କୁହାଯାଉଛି।ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣା ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )