ଗୋପ ରେ ମାଟି ତଳେ ପେଟ୍ରୋଲ ଓ ଗ୍ୟାସ୍ ରହିଛି
ପୁରୀ ଜିଲ୍ଲା ଗୋପ ରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍। ଭାରତ ସରକାରଙ୍କ ରାଷ୍ଟ୍ରୟତ ଉଦ୍ୟୋଗ ongc ଏହାର ସନ୍ଧାନ ପାଇଚି । ଦିର୍ଘ ଦିନ ର ସର୍ଭେ ପରେ ଏହି ତଥ୍ୟ ମିଳିଛି । ତେବେ କେତେ ପରିମାଣ ରେ ତେଲ ଗଛିତ ରହିଛି , ତୈଳ ଉତ୍ତୋଳନ ହେଲେ ବ୍ୟୟ ଅନୁଯାୟୀ ବ୍ୟବସାୟିକ ଲାଭ ହେବ କି ନାହିଁ ସେ ନେଇ ongc ସର୍ଭେ କରିବ ।
ସେଥିପାଇଁ ପୁରୀ ଜିଲ୍ଲା ଗୋପ ବ୍ଳକ ର କୁସୁପୁର , ଚିତ୍ରା ଗ୍ରାମ ରେ 8 ଏକ ର ଜମି ନେଇ ଥିବା ବେଳେ ଏନେଇ ongc କାର୍ଯ୍ୟ ଚାଲୁ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ଏହି କାର୍ଯ୍ୟ ଚାଲିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରୁଛି। ତେବେ ଗୋପ ଅଞ୍ଚଳରେ ମାଟି ତଳେ ତୈଳ ଓ ଗ୍ୟାସ ଥିବା ଜଣାପଡିବା ପରେ ଏହା ସ୍ତାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି । ଜଦି ଅଗାମୀ ଦିନରେ ongc ପକ୍ଷରୁ ଏଠାରେ ତୈଳ ଉତ୍ତୋଳନ କରାଯାଏ ସ୍ତାନୀୟ ଅଞ୍ଚଳ ବାସି ଙ୍କ ଅର୍ଥନୈତିକ ଉନ୍ନତି ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ବିଶେଷ ନିଯୁକ୍ତି ସୁଯୋଗ ମିଳିଲେ ଅନେକ ଯୁବକ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା କରାଯାଉଛି । ଏଣୁ ଏହି ପ୍ରକଳ୍ପ କୁ ଗୋପ ବାସୀ ସ୍ୱାଗତ କରିଛନ୍ତି । ସେପଟେ ପୁରୀ ଜିଲାପାଳ କହିଛନ୍ତି ongc ର କାର୍ଯ୍ୟ ରେ ଜିଲ୍ଲା ପ୍ରଶାସନ ସହଯୋଗ କରୁଛି। ଏହି ପ୍ରକଳ୍ପ ପାଇଁ ଯେଉଁ ଚାଷ ଜମି ଅଧିଗ୍ରହଣ ହେବ ତାହା ର ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯିବାର ବ୍ୟବସ୍ତା ରହିଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )