ସରକାର ଓ ପ୍ରଶାସନ ଭୁଲିଗଲେ ମାନବିକତା

0 6

ପିପିଲି ରେ ଅଭାବନୀୟ ଘଟଣା। ସରକାର ଓ ପ୍ରଶାସନ ଭୁଲିଗଲେ ମାନବିକତା। ଅସହାୟ ବାପା କୁ ସାହାଯ୍ୟ ହାତ ବଢାଇଲା ନାହିଁ ସରକାର କି ପ୍ରଶାସନ। ଘଟଣା କୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ବେଙ୍ଗାଲୁରୁରେ ନିଜ ନାବାଳିକା ଝିଅ ର ମୃତଦେହ ଫେରାଇ ଆଣିବାକୁ ବଜାର ରେ ଭିକ୍ଷା ମାଗିଲେ ପରିବାର ଲୋକେ । ମୃତ ଦେହ ଫେରାଇ ଆଣିବା ଲାଗି ନିଜର ଅକ୍ଷମତା ପ୍ରକାଶ କରିଥିବା ପରିବାର ପୁରୀ ପ୍ରଶାସନ ମୃତ ଦେହ ଫେରାଇ ଆଣିବା ପାଇଁ ଗୁହାରୀ କରି ନିରାଶ ହେବା ପରେ ପିପିଲି ନିମାପଡା ଛକ ବଜାର ରେ ଦୋକାନ ଦୋକାନ ବୁଲି ଭିକ୍ଷା ମାଗିଛନ୍ତି। ଯାହାକି ବେଶ୍ ଚର୍ଚାର ବିଷୟ ହୋଇଚି।

ପୁରୀ କଣାସ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ ଯୁବକ କର୍ଣ୍ଣାଟକ ର ବେଙ୍ଗଲୁରୁ କୁ ନେଇ ପଳାଇଥିଲା । ଗତ ୬ ତାରିଖରେ ଉକ୍ତ ଯୁବତୀଙ୍କର ମୃତ୍ୟୁ ଘଟିଛି । ତେବେ ବେଙ୍ଗଲୁରୁ ରୁ ପୋଲିସ୍ ଝିଅ ର ମୃତ ଦେହ ନେବାକୁ ଖବର ଦେଇ ଥିବା ବେଳେ ଝିଅ ର ବାପା ଗଜେନ୍ଦ୍ର ହରିଚନ୍ଦନ ଏବେ ଚିନ୍ତା ରେ । ସେ ଅତି ଗରୀବ ହୋଇ ଥିବାରୁ ସେ କେକିତି ଟଂକା ଯୋଗାଡ କରି ଝିଅ ର ଶବ ଆଣିବେ ସେ ନେଇ ଚିନ୍ତିତ। ସ୍ଥାନୀୟ ପୋଲିସ ପ୍ରଶାସନ କୁ ଏହା ଜଣାଇବା ପରେ ଝିଅ ମୃତ ଦେହ ଆଣିବାକୁ କେହି ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି। ଏଣୁ ସେ ବାଧ୍ୟ ହୋଇ ପିପିଲି ରେ ଭିକ ମାଗି ଟଙ୍କା ଯୋଗାଡ କରି ଝିଅ ର ମୃତ୍ ଦେହ ଆଣିବାକୁ ଚେଷ୍ଟା କରୁଥିବା ମୃତକ ଙ୍କ ବାପା କହିଚନ୍ତି। ତେବେ ସରକାର ଓ ପ୍ରଶାସନ ନିଷ୍ଟୁରତା କୁ କଡ଼ା ସମାଲୋଚନା କରିଚି ଜାତିୟ ଦଳିତ ଆଦିବାସୀ ମାଇନୋରୋଟି ମହାସଂଘ। ସଂଘ କର୍ମକର୍ତ୍ତା ମୃତକ ଙ୍କ ବାପା ଙ୍କ ସହ ମିଶି ପିପିଲି ରେ ଦୋକାନ ରୁ ଦୋକାନ ବୁଲି ଲୋକ ଙ୍କ ଠାରୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।
ଝିଅର ମୃତଦେହ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କ ପିତାମାତା ପ୍ରଶାସନ ନିକଟରେ ଗୁହାରୀ କରିଥିବା ବେଳେ ଝିଅର ମୃତଦେହ ସେଠାରେ ୯ ଦିନ କାଳ ପଡିରହିଛି ।, କଣାସ ଥାନା ବେଣାଗାଁର ଜନୈକା ୧୭ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ୨୦୨୧ ମସିହା ଏପ୍ରିଲ 24ତାରିଖରେ କେଉଁ ଆଡେ ନେଇ ଯାଇଥିବା ସମ୍ପର୍କରେ ଝିଅର ବାପା ସେହି ମାସ ୩୦ ତାରିଖରେ କଣାସ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅପହରଣକାରୀ ଝିଅକୁ ମାରି ଦେବାର ଆଶଙ୍କା କରି ଝିଅକୁ ଉଦ୍ଧାର ପାଇଁ ବାପା ପୁଲିସର ନେହୁରା ହୋଇଥିଲେ । ମାତ୍ର ପୁଲିସ ଏଭଳି ଅଭିଯୋଗକୁ ଗୁରୁତ୍ବ ନଦେବା ଝିଅର ବାପା ଅଭିଯୋଗ କରିଛନ୍ତି । ଅପହରଣକାରୀ ଯୁବକ ଉକ୍ତ ନାବାଳିକାକୁ ପରବର୍ତ୍ତୀ ସମୟରେ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ
ସେଠାରେ ଝିଅକୁ ବିଭିନ୍ନ ସମୟରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ଝିଅ ନିଜ ବାପା , ମାଆଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲା । ଗତ ୬ ତାରିଖ ରାତି ୨ଟାରେ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା , ତମ ଝିଅ ମରିଯାଇଛି , ଏଠାକୁ ଆସି ଶବ ନେଇଯାଅ । ମଙ୍ଗଳବାର ଝିଅର ବାପା ଏସଂକ୍ରାନ୍ତରେ କଣାସ ଥାନାରେ ଜଣାଇଥିଲେ । ସେହିଦିନ ପୁନର୍ବାର କର୍ଣ୍ଣାଟକର ବେଙ୍ଗାଲୁରୁ ଅନ୍ତର୍ଗତ ବେଲାନ୍ଦୁର ଥାନାରୁ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା ଓ ଏଠାକୁ ଆସି ମୃତଦେହକୁ ନେଇଯିବା ପାଇଁ କୁହାଯାଇଥିଲା । ମୃତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଏତେ ଦୂରରୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରିଥିଲେ । ସେପଟେ ମୃତଦେହ ଓଡିଶା ଆଣିବା ଦିଗରେ ପୁଲିସ ପ୍ରଶାସନ ସହଯୋଗ କରୁ ବୋଲି ମୃତକ ଙ୍କ ପିତାମାତା ସରକାର ଙ୍କ ପାଖରେ ଅନୁରୋଧ କରି ବିଫଳ ହେବା ପରେ ଶେଷ ରେ ଭିକ୍ଷା ମାଗିଛନ୍ତି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.