ପାରଳାଖେମୁଣ୍ଡିରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବିଶାଳ ଶୋଭାଯାତ୍ରା
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିରେ ଶ୍ରୀରାମ ନବମୀ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲା ।
ଏହି ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସମେତ ବହୁସଂଖ୍ୟକ ଜନସାଧାରଣ ସାମିଲ ହୋଇଥିଲେ । ସେହିଭଳି ସଂଧ୍ୟା ସମୟରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )