ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ବ୍ରତୋପନୟନ

0 40

ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରର ପଶ୍ଚିମ ପାଖରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । କଟକ, ମୁନିଗୁଡା, ବାଙ୍କୀ, ପିପିଲି, ଯାଜପୁର, କେନ୍ଦ୍ରାପଡା, ଉଦଳା, ଭୋଗରାଇ, ବାଲେଶ୍ୱର ଓ ଭୁବନେଶ୍ୱରର ଆଖପାଖ ଅଚଂଳର ୧୬ ଜଣ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ସମସ୍ତ ନୀତିକାନ୍ତି ଅନୁସାରେ ବ୍ରତପନୋୟନ କାର୍ଯ୍ୟ କରାଯାଇଥିଲା ।

ଏହି ମାଙ୍ଗଳିକ କାର୍ଯ୍ୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ବ୍ରହ୍ମଚାରୀମାନଙ୍କୁ ଆଶିର୍ବାଦ କରିଥିଲେ । ବ୍ରହ୍ମଚାରୀମାନେ ବାଜା, ବାଣ, ରୋଷଣୀ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ଏହାକୁ କମିଟିର କର୍ମକର୍ତା ଓ ସଭ୍ୟବୃନ୍ଦ ପରିଚାଳନା କରିଥିଲେ ।

ଭୁବନେଶ୍ୱର ଇପିଏ ରୁ ବୀରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.