ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଗୁରୁପୂଜନ କାର୍ଯ୍ୟକ୍ରମ
ବ୍ରହ୍ମପୁର : ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ସହବନ୍ଧିତ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ସୋମବାର ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ଅଧକ୍ଷତାରେ ବ୍ରହ୍ମପୁର ଶିଳ୍ପାଞ୍ଚଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରରେ ଓ ପରେ ଭରତମୁନିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ରେ ପୂର୍ବତନ ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ,ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ର,ରାଜ୍ୟ ନାଟ୍ୟ ସଙ୍ଘ ଉପସଭାପତି ଇଂ.ମନୋଜ ଦଣ୍ଡପାଟ,ରାଜ୍ୟ ନିର୍ଦ୍ଦେଶକ ସଙ୍ଘର ସଭାପତି ହରି ମହାନ୍ତି , ସମ୍ପାଦକ ଅକ୍ଷୟ କୁମାର ରଣା,ଜ୍ୟୋତି ରଞ୍ଜନ ସ୍ୱାଇଁ ମନୋଜିତମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଓ ନାଟ୍ୟ ନିର୍ଦ୍ଦେଶକ ଙ୍କୁ ପୁଷ୍ପଗୁଚ୍ଛ, ଚନ୍ଦନ ସିନ୍ଦୁର ଓ ଉପଢଉକନ ପ୍ରଦାନ କରି ଗୁରୁପୂଜା କରାଯାଇ ମିଠେଇ ବଣ୍ଟନ ହୋଇଥିଲା । ଅତିଥି ମାନେ ସେମାନଙ୍କର ଅଭିଭାଷଣ ରଖିବା ସହିତ ନିର୍ଦ୍ଦେଶକ ସଂଘକୁ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହେମନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଦୁଇ ଉପଦେଷ୍ଟା ମଦନ ମିଶ୍ର ଓ ରମେଶ ମହାରଣା ,ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ,,ଭାଗିରଥି ସ୍ୱାଇଁ,ବସନ୍ତ ଜେନା ପ୍ରମୁଖଙ୍କୁ ସହ ଅନ୍ୟ ନାଟ୍ୟ ନିର୍ଦ୍ଦେଶକ ବନ୍ଧୁ ଓ ଶିଳ୍ପାଞ୍ଚଳର ବହୁ ବନ୍ଧୁ ସହଯୋଗ କରିଥିଲେ । ବୈଠକର ଦ୍ଵିତୀୟ ପର୍ଯ୍ୟାୟରେ ସଂଘର ବାର୍ଷିକ ଉତ୍ସବ ନେଇ ସାଙ୍ଗଠନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ୍
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )