ବରିଷ୍ଠ ନାଗରୀକ ନିବାସରେ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 4

ସୁବର୍ଣ୍ଣପୁର : ସାନଝିଙ୍କି ସ୍ଥିତ ମହିମା ଆନନ୍ଦ ବରିଷ୍ଠ ନାଗରୀକ ନିବାସରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଏପିଡେମିଓଲୋଜିଷ୍ଟ୍ ଡାକ୍ତର ବିଷ୍ଣୁ ଚରଣ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ।

ସମଗ୍ର କାର୍ଯ୍ୟକ୍ରମ ଏଡିପିଏଚସିଓ ପ୍ରଦ୍ୟୁମ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଏହି ନିବାସର ଦାୟିତ୍ଵରେ ଥିବା ଶାନ୍ତ୍ଵନୁ ନାୟକ ଏବଂ କନକଲତା ଗୁରାଣ୍ଡି ଆୟୋଜନରେ ସାହାଯ୍ୟ କରିଥିଲେ। ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.