ପୁରୀ ରେ ପୁଣି ଅପରାଧୀ ଙ୍କ ଖୁଲମ୍ ଖୁଲା ଆତଙ୍କରାଜ
ପୁରୀ ରେ ପୁଣି ଅପରାଧୀ ଙ୍କ ଖୁଲମ୍ ଖୁଲା ଆତଙ୍କରାଜ। ବଡ ଦାଣ୍ଡରେ ଖଣ୍ଡା ରେ ହାଣିଲେ ଦୁର୍ବୃତ୍ତ। ବଡଦାଣ୍ଡର ମାର୍କେଟ ଛକରେ ଘଟିଛି ଏହି ଭୟଙ୍କର ଛାତି ଥରା ଘଟଣା ।ଦୁର୍ବୁର୍ତ୍ତ ଙ୍କ ଖଣ୍ଡା ଛୋଟରେ ଆହତ ହୋଇ ଛନ୍ତି 3 ଜଣ ।ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା କୁ ରେଫର କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ।ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ 6ଟା30 ସମୟରେ ଗୋଟିଏ ଗୋଷ୍ଠୀର 17ରୁ 18 ଜଣ ଯୁବକ ମିଶି ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟଗୋଷ୍ଠିର 3 ଜଣଙ୍କୁ ଅତି ନିର୍ମମ ଭାବରେ ହାଣିଚନ୍ତି ।ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଆହତ ମାନଙ୍କ ମଧ୍ୟରୁ ଦଇତାପଡା ସାହିର ହୃଷିକେଶ ପଣ୍ଡା,ପଞ୍ଚଚୌରା ସାହି ର ଖଗେଶ୍ୱର ସାହୁ ଓ ନୂଆପାଟଣା ଗଳିର ସମୀର ନାମକ ଯୁବକ ଆହତ ହେଇଛନ୍ତି।ତେବେ ମାର୍କେଟ ଛକ ଅଞ୍ଚଳଟି ଜନଗହଳି ପୂର୍ଣ ଅଞ୍ଚଳ ଏବଂ ଶ୍ରୀମନ୍ଦିର ଠାରୁ ମାତ୍ର 500 ମିଟର ମଧ୍ୟରେ ହୋଇଥିବା ବେଳେ ସେଠାରେ ପୋଲିସ ଟ୍ରାଫିକର ପ୍ରହରା ମଧ୍ୟ ରହିଥାଏ ।ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ଓ ଅପରାଧୀ ଙ୍କ ଆତଙ୍କ ରାଜ୍ କୁ ନେଇ ସହର ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଚି। ପୁରୀ ରେ ପୋଲିସ୍ ର ଉପସ୍ଥିତି ଅଛିକି ନାହିଁ ବୋଲି ପୁରୀ ବାସିନ୍ଦା ଏବେ ପ୍ରଶ୍ନ କଲେଣି। ଗତ ଦୁଇଦିନ ତଳେ ଦୁଇ ସେବାୟତ ଗୋଷ୍ଠୀ ଗଣ୍ଡଗୋଳ ହୋଇ ଥିବା ବେଳେ ଖଣ୍ଡା ରେ ଆକ୍ରମଣ ହୋଇ ଥିଲା। ଏହି ଘଟଣା 2 ଦିନ ବିତି ନ ଥିବା ବେଳେ ବଡ ଦାଣ୍ଡ ରେ ପୋଲିସ୍ କର୍ମ ଚାରି ଙ୍କ ଉପସ୍ଥିତି ରେ ଖଣ୍ଡା ରେ ଆକ୍ରମଣ ପୁରୀ ବାସିନ୍ଦା ଙ୍କୁ ସ୍ତବ୍ଧ କରିଦେଇଛି। ପୁରୀ କୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଜଗନ୍ନାଥ ଧାମ ରେ ଏଭଳି ରକ୍ତ ପାତ ହିଂସାକାଣ୍ଡ ଘଟଣା ଭକ୍ତ ଓ ପର୍ଯ୍ୟଟକ ଙ୍କୁ ଭୟଭୀତ କରିଚି। ପୋଲିସ୍ ଅପରାଧୀଙ୍କୁ ଦୃଢ଼ ହସ୍ତ ରେ ଦମନ କରିବା ପାଇଁ ଦାବୀ ହୋଇଚି।ସେପଟେ ପୋଲିସ ତରଫରୁ ଛାନଭିନ୍ନ ଆରମ୍ଭ ହୋଇଥିବା ବେଳେ 2 ଯୁବକଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟରେ ଘଟଣାର ତଦନ୍ତ ପାଇଁ 3ଟି ଟିମ ଗଠନ ହୋଇଚି ଓ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ୍ ଚଢାଉ ଜୋରଦାର କରିଥିବା ଅତିରିକ୍ତ ଏସ୍ପି ମିହିର ପଣ୍ଡା ସୂଚନା ଦେଇଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )