ଅମୃତ ଭାରତ ଯୋଜନାରେ ଜୁରୁଡ଼ି ରେଳ ଷ୍ଟେସନ ଉଦଘାଟନ

0 61

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଯୁରୁଡି ରେଲୱେ ଷ୍ଟେସନ ର ଆଜି ଶୁଭ ଉଦଘାଟନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରେଳବାହି ର କର୍ମଚାରୀ ମାନେ ମହାଆଡମ୍ୱର ରେ ଉଦ୍ଘାଟନୀ କାର୍ଯ୍ୟକ୍ରମ କରାଇଥିଲେ, ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା ତାହା ସହିତ ବିଦ୍ୟାଳୟର ପିଲାମାନଙ୍କୁ ନେଇ ବିଭିନ୍ନ ଖେଳ, ପ୍ରତିଯୋଗିତା ମାନ କରାଇ ବିଜେତା ମାନଙ୍କୁ ପୁରସ୍କାର ବିତରଣ ମଞ୍ଚାଷିନ ଅତିଥି ଙ୍କ ଦ୍ଵାରା କରେଇଥିଲେ। ପ୍ରଧାନ ମନ୍ତ୍ରୀଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୪ ଟି ରେଲୱେ ଷ୍ଟେସନ ଏବଂ ୧୫୦୦ରାସ୍ତା ଓ ଓଭର ବ୍ରିଜ ର ଶିଳାନ୍ୟାସ ନିର୍ଘଣ୍ଟ ସମୟ ଅନୁସାରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳରେ ଭି. ସି ଜରିଆରେ ଉଦ୍ଘାଟନ କରିଥିଲେ। ଏହି ସମୟରେ ସଭାରେ ଉପସ୍ଥିତ ଜନସାଧାରଣ ଜୟ ଶ୍ରୀରାମ ନାରାରେ ସଭାକୁ ପ୍ରକମ୍ପିତ କରିଦେଇଥିଲେ। ଆଜିର ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଏବଂ ଜାତୀୟ ଜନଜାତି କମିଶନ ଉପାଧ୍ୟକ୍ଷ ଅନନ୍ତ କୁମାର ନାୟକ , ସମ୍ମାନୀୟ ଅତିଥି ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡ଼ା ପୌରାଧ୍ୟକ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷ ସନ୍ଧ୍ୟାରାଣୀ ପାତ୍ର ଓ ଯୁରୁଡ଼ି ସରପଞ୍ଚ ସୁଭକାନ୍ତ ସୋଏ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଙ୍କ ରିପୋର୍ଟ ଇପିଏ ନିଉଜ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ଇପିଏ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.