ସାଇକେଲ ରେ ଭାରତ ଭ୍ରମଣ
ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷା ବାର୍ତା ପ୍ରଚାର ପାଇଁ ସାଇକେଲ ରେ ଭାରତ ଭ୍ରମଣ। ଏଭଳି ସାହସିକ ପଦକ୍ଷେପ ନେଇ ସଚେତନତା ବାର୍ତା ବାଣ୍ଟୁଛନ୍ତି ମଧ୍ଯପ୍ରଦେଶ ର ଝିଅ ଆଶା ମାଲବିୟ। ଏହି ଯାତ୍ରା କ୍ରମ ରେ ସେ ଓଡ଼ିଶାରେ ପହଞ୍ଚି ଥିବା ବେଳେ ପୁରୀ ଆସି ମହାପ୍ରଭୁ ଶ୍ରି ଜଗନ୍ନାଥ ଦର୍ଶନ କରିଛନ୍ତି। ଓଡ଼ିଶା ରେ ଆସି ସେ ବହୁତ୍ ଖୁସି ଥିବା କହିଚନ୍ତି। ଓଡ଼ିଶା ରେ ସାଇକେଲ ରେ ଆସୁଥିବା ବେଳେ ବିଭିନ୍ନ ସ୍ଥାନ ରେ ସେ ମହିଳା ଙ୍କ ସୁରକ୍ଷା ଓ ସଶକ୍ତି କରଣ ବାର୍ତା ବାଣ୍ଟି ଛନ୍ତି। ଲୋକ ମାନେ ମଧ୍ୟ ତାଙ୍କୁ ବହୁତ୍ ସହଯୋଗ କରିଛନ୍ତି। ଏହି ଅବସର ରେ ସେ ଓଡ଼ିଶା ରାଜ୍ୟପାଳ ପ୍ରଫେସର୍ ଗାନେଶି ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡ଼ିଶା ପୋଲିସ ଡିଜି ସୁନିଲ ବଂଶଲ୍, ଭୁବନେଶ୍ଵର ପୋଲିସ୍ କମିଶନର, ଡିସିପି ଙ୍କୁ ଭେଟି ତାଂକ ଯାତ୍ରା ର ଉଦ୍ଦେଶ୍ୟ ଓ ସଚେତନତା ବାର୍ତା ଦେଇ ଛନ୍ତି। ମହିଳା ଙ୍କ ସୁରକ୍ଷା ଓ ସସକ୍ତି କରଣ ପାଇଁ ଆଶା ଙ୍କ ସାଇକେଲ ରେ ଭାରତ ଯାତ୍ରା କୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଙ୍କ ସମେତ ବହୁ ବିଶିଷ୍ଟ୍ ବ୍ୟକ୍ତି ବେଶ୍ ପ୍ରଶଂସା କରିଛନ୍ତି। ଆଶା କହିଚନ୍ତି ଆଜି ସମୟ ରେ ମହିଳା ମାନେ ଆଉ ନିଜକୁ ଦୁର୍ବଳ ଭାବିବା ଠିକ୍ ନୁହେଁ। ସରକାର ଅନେକ ଯୋଜନା ମହିଳା ଙ୍କ ଉନ୍ନତି ପାଇଁ କରିଛନ୍ତି। ମହିଳା ମାନେ ଆତ୍ମ ବିଶ୍ୱାସ ରଖି ସବୁ କାର୍ଯ୍ୟ ରେ ଲାଗିଲେ ନିଶ୍ଚିତ ସଫଳ ହେବେ। ସେହିପରି ମହିଳା ମାନେ ମାନସିକ ସ୍ତର ରେ ଦୃଢ଼ ହେବା ଉଚିତ୍। ନ ହେଲେ ସବୁ ସ୍ଥାନ ରେ ନିଜକୁ ଅସୁରକ୍ଷିତ ଲାଗିବ । ତେବେ ପୁରୀ ରେ ଆଶା ପହଞ୍ଚିବା ପରେ ତାଙ୍କୁ ପୁରୀ ଜଳସେଚନ ବିଭାଗର ଅଧିକ୍ଷଣଯନ୍ତ୍ରୀ ରତ୍ନାକର ଦଳେଇ ସ୍ଵାଗତ କରିଥିଲେ। ମହିଳା ଙ୍କ ସୁରକ୍ଷା ଓ ସଶକ୍ତି କରଣ ସଚେତନତା ବାର୍ତା ପାଇଁ ଆଶା ଆରମ୍ଭ କରିଥିବା ପ୍ରୟାସ ଯନ୍ତ୍ରୀ ରତ୍ନାକର ଦଳେଇ ପ୍ରସଂଶା କରିଛନ୍ତି। ନାରୀ ଆଜି ଦୁର୍ବଳ ନୁହେଁ ବୋଲି ଆଶା ପ୍ରମାଣିତ କରିଦେଇ ଛନ୍ତି। ଜଣେ ମହିଳା ହୋଇ ସେ ଯେଭଳି ସାରା ଭାରତ କୁ ଏକ ସାଇକେଲ ରେ ଭ୍ରମଣ ନେଇ ଯେଉଁ ସାହାସ ଦେଖାଇ ଛନ୍ତି ତାହା ଆଗାମୀ ଯୁବ ପୀଢ଼ି କୁ ବେଶ ଉତ୍ସାହ ଦେବ ବୋଲି ବରିଷ୍ଠ ଯନ୍ତ୍ରୀ ରତ୍ନାକର ଦଳେଇ କହିଚନ୍ତି । ଆଶା ଗତ ନଭେମ୍ବର ଏକ ତାରିଖ ରୁ ମଧ୍ଯ ପ୍ରଦେଶ ର ରାଜଧାନୀ ଭୋପାଳ ଏହି ଯାତ୍ରା ଆରମ୍ଭ କରିଥଲେ। ଭାରତ ର 28 ଟି ରାଜ୍ୟ ଦେଇ 25 ହଜାର କିଲୋମିଟର ସାଇକେଲ ସଚେତନତା ବାର୍ତା ବାଣ୍ଟିବା ଲକ୍ଷ୍ୟ ରାଖୀ ରାତି ଦିନ 24 ଘଣ୍ଟା କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ପହଞ୍ଚିବା ହେଉଚି 11ତମ ରାଜ୍ୟ। ଇତି ମଧ୍ୟ ରେ ସେ 10 ହଜାର 200 କିଲୋମିଟର ଯାତ୍ରା କରିସାରିଲେଣି। ଆଗାମୀ ଦିନରେ ମଧ୍ଯ ବିଭିନ୍ନ ସଚେତନତା ମୂଳକ ବାର୍ତା ପାଇଁ ସେ ଏଭଳି ଅଭିନବ ଉପାୟ ରେ କାର୍ଯ୍ୟ କରିବେ ବୋଲି ଆଶା କହିଚନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )