ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ସୁଧଫେରସ୍ତ

0 6

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ବ୍ଲକ ସ୍ତରୀୟ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ କାର୍ଯ୍ୟକ୍ରମ ରାମନାଗୁଡା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଯୋଗଦେଇ ଥିଲେ ଏବଂ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ଜାନକୀ ମାଣ୍ଡାଙ୍ଗି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ, ସମସ୍ତ ବିଭାଗର ଅଧିକାରୀ, ବ୍ୟାଙ୍କ ଅଧିକାରୀ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଙ୍ଗର ସଭାପତି ଶ୍ରୀମତୀ ଆରତୀ ମୁଟିକା, ସମ୍ପାଦିକା ଶ୍ରୀମତୀ ସଂଗୀତା ପ୍ରଧାନ, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଙ୍ଗର ସମସ୍ତ ସଭ୍ୟା, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ମାନେ ଏବଂ ମିଶନ ଶକ୍ତି ବିଭାଗର କର୍ମଚାରୀ ବିପିଏମ ଯସ୍ମୀନ ମୁଟିକା, ବିପିସି ଶ୍ରୀ ଲାଜ଼ାର ଭୂୟାଁ, ବିପିଏ ଶ୍ରୀ କିରଣ କୁମାର ଓ ବହୁତ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଯୋଗଦାନ କରିଥିଲେ। ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକର ୨୫୯ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ମୋଟ ୫ ଲକ୍ଷ ଅଠାଅଶୀ ହଜାର ଛଅ ଶହ ବାବନ ଟଙ୍କା ସୁଧ ଫେରସ୍ତ ହୋଇଅଛି ।ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବ୍ୟାଙ୍କ ରୁ ଋଣ ଆଣି ନିୟମିତ ଭାବେ ଋଣ ପରିଶୋଧ କରୁଥିଲେ ଏବଂ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ୫ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ସୁଧ ଫେରସ୍ତ ହୋଇଅଛି ସେହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଦୁମୀ ଚେକ ବଣ୍ଟନ କରାଯାଉଥିଲା ।

ରାମନାଗୁଡା ଇପିଏ ରୁ ନରସିଂହ ପରିଛା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.