ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

0 4

ଛତ୍ରପୁର : ସଦର ଛତ୍ରପୁରସ୍ଥ ଶ୍ରୀ ରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଅଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଂଗକୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ମାତୃଭାଷା ବିଷୟ ପ୍ରମୁଖ ଶ୍ରୀ ମନୋରଂଜନ ଦାଶ ଶିଶୁମାନଙ୍କୁ ମାତୃଭାଷାର ଗୁରୁତ୍ୱ ସମ୍ବନ୍ଧରେ ଅବଗତ କରା ଇଥିଲେ । ବ୍ରହ୍ମପୁର ମେଡିକାଲ କଲେଜର ଚକ୍ଷୁ ବିଶେଷଜ୍ଞ ତଥା ବିଶିଷ୍ଠ ସାହିତ୍ୟିକ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ମୁଖ୍ୟଅତିଥି ରୂପେ ଯୋଗ ଦେଇ ଶିଶୁଙ୍କୁ ଓଡିଆ ଭାଷାର ବିଭିନ୍ନ ଗବେଷଣାତ୍ମକ ଦୃଷ୍ଟି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ସଂଗଣକ ଆଚାର୍ଯ୍ୟ ଦୀପକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.