ଭୁବନେଶ୍ୱରର ICAI ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

0 16

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି l ଯାହାକି ଭୁବନେଶ୍ୱରର ICAI ଭବନରେ “ମହିଳା CAଙ୍କ ନ୍ୟାସନ୍ ବିଲଡିଂ” ଥିମ୍ ସହିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଇଥିଲା |

ଓଡିଶା ବିଲଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ସରକାର ର ଅଧ୍ୟକ୍ଷ ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ପୋଲିସ୍ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡେମୀର ଆଇଜି ଶ୍ରୀମତୀ ଏସ ଶିନି, ଆଇପିଏସ୍, ଏବଂ ଲୋକପ୍ରିୟ ତଥା ବିଶିଷ୍ଟ ଗାୟୀକା ଅସୀମା ପଣ୍ଡା CA ଙ୍କ ଉପସ୍ଥିତିରେ ପ୍ରତିନିଧୀଙ୍କୁ ସମ୍ବୋଧିତ କରିଥିଲେ। ଚେୟାରମ୍ୟାନ୍ CA ପ୍ରଦିପ କୁମାର ସାହୁ , ସଚିବ CA ମହେନ୍ଦ୍ର କୁମାର ସାହୁ , ଏବଂ ଉପାଧ୍ୟକ୍ଷ ତଥା ଚେୟାରମ୍ୟାନ୍, EICASA CA ଗଗନ ବିହାରୀ ଦାସ l

ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ରାଜନୀତି, ପ୍ରଶାସନ, ଅର୍ଥନୀତି, ସାମାଜିକ କଲ୍ୟାଣ, ବୈଜ୍ଞାନିକ ସଫଳତା, ଶିଳ୍ପ ଅଭିବୃଦ୍ଧି, ପ୍ରତିରକ୍ଷା ସେବା କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପାଳନ କରିବାର ଏକ ସୁଯୋଗକୁ ପ୍ରତିପାଦିତ କରେ l CA ବୃତ୍ତିରେ ମହିଳାମାନେ କେବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି ବରଂ ଇତିହାସରେ ନିଜର ମହତ୍ ହାସଲ କରିଛନ୍ତି | ତେଣୁ ଆଜିର ମହିଳାମାନେ ପଛରେ ନାହାଁନ୍ତି କିନ୍ତୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ପ୍ରତିପକ୍ଷଙ୍କ ସହ ସମାନ ଅଟନ୍ତି |


ମହିଳାମାନଙ୍କ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ, କର୍ମଶାଳା ଏବଂ ସେମିନାର ଇତ୍ୟାଦି କରି ମହିଳା ସଦସ୍ୟମାନଙ୍କୁ ସେମାନଙ୍କର ଦାୟିତ୍କୁ ଏକ ଉତ୍ତମ ଢଙ୍ଗରେ ସମ୍ପନ୍ନ କରିବାକୁ ଏହି ଅନୁଷ୍ଠାନ ବିଭିନ୍ନ ପଦକ୍ଷେପ ନେଉଛି | କାର୍ଯ୍ୟକ୍ରମଟି ଭୁବନେଶ୍ୱର ଶାଖା ର କୋଷାଧ୍ୟକ୍ଷ CA ସସ୍ୱତ ତ୍ରିପାଠୀ ଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା l ଆନ୍ତର୍ଜାତୀୟ ମହିଳା ଦିବସ ଉତ୍ସବରେ ପ୍ରାୟ ୧୫୦ ସଦସ୍ୟ ଏବଂ ଛାତ୍ର ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.