ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା
ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି ହେବେ । ଜୁଲାଇ ୬ରେ ଲଣ୍ଡନରେ ଏହି ରୋମାଂଚକ ମୁକାବିଲା ହେବ ।