ଜଗତସିଂହପୁର ଜିଲ୍ଲାରେ ଚାଲିଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଉଦଯାପନୀ ସନ୍ଧ୍ୟାରେ , ଓଲିଉଡ ର ଚୁଲବୁଲି ଗାୟିକା ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ସାରା ଜଗତସିଂହପୁର ବାସୀ। ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଦୀର୍ଘ ୭ଦିନ ଧରି ଚାଲିଥିବା କଲ୍ଲୋଳ ମହୋତ୍ସବ ରେ ଯଥାକ୍ରମେ ପଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଏବଂ ୨୪ ତମ ପୁସ୍ତକ ମେଳା ର ଦର୍ଶକ ମାନେ ଖୁବ୍ ଭରପୁର ମଜା ନେଇଥିଲେ। ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସମ୍ମାନୀୟ ଅତିଥି ଭାବେ ଜଗତସିଂହପୁର ର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡଃ ରାଜଶ୍ରୀ ମଲ୍ଲିକ୍, ପାରାଦୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ଶ୍ରୀଯୁକ୍ତ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ପି.ଆର୍ ପ୍ରମୁଖ ଯୋଗଦେଇଥିଲେ। ସାଧାରଣ ବୈଠକ ଅନୁଷ୍ଠିତ ହେବା ପରେ ରାୟଗଡ଼ା ରୁ ଆସିଥିବା ମା କଳାରଶୁଣୀ କେମସା ଦଳ ପକ୍ଷରୁ ଡଙ୍ଗରିଆ କନ୍ଧ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଆସିଥିବା ଗ୍ରୁପ ତରଫରୁ ଆଦିବାସୀ ନୃତ୍ୟ ପରିବେଷଣ ପରେ ପରେ ଓଲିଉଡ ର ଚୁଲବୁଲି ଗାୟିକା ଅସୀମା ପଣ୍ଡା ଙ୍କ ସୁମଧୁର କଣ୍ଠରେ ଜଲୱା ଦେଖେଇ ଉପସ୍ଥିତ ଥିବା ସାରା ଜିଲ୍ଲାବାସୀଙ୍କୁ ଝୁମେଇ ଥିଲେ। ଶେଷରେ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧକ୍ଷା ଶ୍ରୀମତୀ ପାରୁଲ ପଟୱାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତସିଂହପୁର ଇପିଏ ରୁ ଈଶ୍ୱର ଚନ୍ଦ୍ର ଦାସ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )