ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

0 15

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି।କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକ ଏବେ ବି ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁନାହାନ୍ତି। ଏହାକୁ ନେଇ ନୂଆ ବିରୋଧୀ ଦଳ ନେତା ବାଛିବାକୁ ପୂର୍ବରୁ ବିଧାୟକମାନେ ଦାବି କରିଥିଲେ। ଏହି ଦୌଡ଼ରେ ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ବିରୋଧୀ ଦଳ ନେତା ଚୟନ ନେଇ ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଜୟନାରାୟଣଙ୍କ ନାମ ଉପରେ ମୋହର ବାଜିଛି।

ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.