କାରଗିଲ ବିଜୟ ଦିବସ ପାଳିତ
ଭାରତୀୟ ସେନାର ବୀରତ୍ବକୁ ମନେ ପକାଇ ସାରା ଦେଶ ରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି।
ଠିକ ସେହିପରି ବଲାଙ୍ଗିରରେ ମଧ୍ୟ ଜିଲ୍ଲା ସାମ୍ବାଦିକ ସଂଘ ଓ ପୂର୍ବତନ ସୈନିକ ସଂଘର ମିଳିତରେ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛିl ପୂର୍ବତନ ସଇନିକ ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରଧକ୍ଷା ଶ୍ରୀମତୀ ଲୀକା ସାହୁ ଯୋଗ ଦେଇ ସହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନ କୁ ପ୍ରଶଂସା କରିବା ସହ ସେ ମାନଙ୍କ ପରିବାର ବର୍ଗ ଙ୍କୁ ଧର୍ୟ ର ସହ ସମାଜରେ ମୁଣ୍ଡ ଟେକି ବଞ୍ଚିବାକୁ ଅବହଁନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଶ୍ରୀକର ମିଶ୍ର, ବଲାଙ୍ଗିର ସଦର ବ୍ଲକ ଅଧକ୍ଷା ଶ୍ରୀମତୀ ସରିତା ବାଗ, ପ୍ରତାପ ରଥ ଯୋଗଦେଇ ସହୀଦ ଯବାନ ମାନଙ୍କ ବଳିଦାନ କୁ ସୃତି ଚାରଣ କରିଥିଲେ । ଅତିଥି ମାନଙ୍କ ପକ୍ଷରୁ ସହିଦ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା
ବଲାଙ୍ଗୀର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )