ସୁବଳୟା ଆଞ୍ଚଳିକ ଡ଼ିଗ୍ରୀ ମହାବିଦ୍ୟାଳୟ ରେ କେଚ୍ ଦ ରେନ୍ କାର୍ଯକ୍ରମ

0 5

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ବର୍ଷା ଜଳ ସଂରକ୍ଷଣ ପାଇଁ କେଚ ଦ ରେନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ବର୍ଷା ଜଳ ସଂରକ୍ଷଣ ଉପରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଦେବ ପୁଜାହାରି ଓ ସମ୍ମାନିତ ଅତିଥି ଭାବରେ ଇଂରାଜୀ ଅଧ୍ୟାପକ ଡକ୍ଟର ସାୟେଦ ରେହମାନ,ଇତିହାସ ବିଭାଗ ଅଧ୍ୟାପକ ଶୁଭ୍ରାଂଶୁ ଶେଖର ପଧାନ, ପୂର୍ଣଚନ୍ଦ୍ର ମେହେର, ବିଭୂତି ଭୂଷଣ କୁଦାଇ,ହଜ଼ାରୀ ମେହେର, ହୃଷିକେଶ ନାଏକ,ରାଜେଶ ଦାସ, ପୀତବାଶ ଭୋଇ କର୍ମଚାରୀ ଓ ନେହେରୁ ଯୁବ ସ୍ୱେଚ୍ଛାସେବୀ ମନୋରଞ୍ଜନ ଜଗଦଲା ଦାୟିତ୍ୱ ତୁଲାଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରି ବର୍ଷା ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା ।କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଶେଷରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.