ଲୋକାର୍ପିତ ହେଲା ଘୋଡାହାଡ ଇକୋ ଟୁରିଷ୍ଟ ସ୍ପଟ

ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡାହାଡ ଠାରେ ଇକୋ ଟୁରିଷ୍ଟ ସ୍ପଟ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଏବଂ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଷ୍ଟ ସ୍ପଟ ହୋଇଥିବା ବେଳେ ଏହା ଉଭୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗବେଷଣାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ।

ସେହିପରି ଏହି ଜଳ ଭଣ୍ଡାର କୁମ୍ବିର ମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ, ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ବର୍ତ୍ତମାନ ଏହିଠାରେ ଥିବା ୱାର୍ଚ୍ଚ ଟାୱାରରେ ଚାରୀ ଗୋଟି ସୁଟ ରହିଥିବା ବେଳେ ଏହାର ପରିଚାଳଣା ଦାୟିତ୍ୱ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି। ମିଶନ ଶକ୍ତି ତରଫରୁ ସ୍ଥାନୀୟ ଖମ୍ବାରୀ ଗାଁ ଗ୍ରାମପଞ୍ଚାୟତର ମା ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଟୀକୁ ତାହାର ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ ପୂର୍ବରୁ ମହିଳା ଗୋଷ୍ଟୀର ସଦସ୍ୟା ମାନେ ଭୂବନେଶ୍ୱର ସ୍ଥିତ ଆଇଏଚଏମରେ ଇଣ୍ଡିଆନ, ଚାଇନିଜ ଏବଂ କଣ୍ଟିନେଣ୍ଟାଲ ଖାଦ୍ୟ କିପରି ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ନେଇଥିବା ସଂଘର ସଭାନେତ୍ରୀ ମୀରାବାଇ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି 45 ଲକ୍ଷ୍ୟ 60 ହଜାର ଟଙ୍କା ବ୍ୟୟରେ ବର୍ତ୍ତାମନ ଗୋଟିଏ ୱାର୍ଚ୍ଚ ଟାୱାର ନିର୍ମିତ ହୋଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ସେମାନଙ୍କ ରହିବା ପାଇଁ ସୁବିଧା ଏବଂ କଟେଜ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସର୍କଲର ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ବନସଂରକ୍ଷକ, ବ୍ରହ୍ମପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ଏବଂ ତାଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ଦାଶବର୍ମା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଏ ଗୋପାଳ ରାଓ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଦିଗପହଣ୍ଡି ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡଙ୍କ ସମେତ ବହୁ ଅଧିକାରୀ ଓ ସ୍ଥାନୀୟ ବାସିନ୍ଧା ଉପସ୍ଥିତ ଥିଲେ।
ଗଂଜାମ ଇଏପି ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )