କୁଚିଣ୍ଡା କିରାଶାସନ ରାସ୍ତା ଶୋଚନୀୟ ରାସ୍ତା ଜକଲେନ ନାଳାରେ ଭାଙ୍ଗିଥିବା କଲର୍ଭଟ ଭାଙ୍ଗି ଯାଇଥିବାରୁ ଯାତାୟତ ହେଉନାହିଁ

0 85

କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରୁ ଏକ ରାସ୍ତା କିରାଶାସନ କୁ ରହିଛି। କୁଚିଣ୍ଡା ବସଷ୍ଟାଣ୍ଡ ଠାରୁ ରହି ଥିବା ପୂର୍ତ୍ତ ବିଭାଗ ରାସ୍ତା ସହିତ କୁଟୁରାଚୁଆଁ ଠାରୁ କିରାଶାସନ ପ୍ରଧାନମନ୍ତ୍ରୀ ରାସ୍ତା କୁ ଏହି ରାସ୍ତା ଟି ସଂଯୋଗ କରିଥାଏ।ଏହି ରାସ୍ତା କୁଚିଣ୍ଡା ରୁ ସମ୍ବଲପୁର କୁ ସବୁଠାରୁ ସଟକଟ ରାସ୍ତା ଭାବରେ ଏହାକୁ ଗଣାଯାଇଥାଏ।

ଏହି ରାସ୍ତା ରେ ଭେଡେନ ନଦୀ ଡେଇଁ ଯିବାକୁ ପଡୁଥିଲେ ମଧ୍ୟ ବର୍ଷା ଚାରିମାସ ପରେ ଏହା ଲୋକଙ୍କ ନିତିଦିନିଆ ରାସ୍ତା ଭାବରେ ବ୍ୟବହାର କରିଥାଆନ୍ତି। ଦୁଇଟି ପଞ୍ଚାୟତ କୁଟୁରାଚୁଆଁ, କୁଲେଇଗଡ ସମସ୍ତ ଗ୍ରାମ ଏନଏସି ଲୋକ ରାସ୍ତା ରେ ଯାତାୟତ କରୁଥିବା ସମୟରେ ଏହି ରାସ୍ତା କିରାଶାସନ ନଦୀ ଘାଟରୁ ସ୍କୁଲ ଛକ ପର୍ଯ୍ୟନ୍ତ ପଞ୍ଚାୟତ ରାସ୍ତା ରହିଛି।ଏହିରାସ୍ତା ରେ ରହିଥିବା ଜକଲେନ ନାଳା ଉପରେ ଏକ କଲର୍ଭଟ ୧୯୯୧ ମସିହାରେ ନିର୍ମାଣ ହୋଇଥିଲା।ଗତ ୧୦ବର୍ଷ ହେବ ବିଭିନ୍ନ ସମୟରେ ଏହି ନାଳରେ ବନ୍ୟା ପାଣି ପ୍ରବାହିତ ହୋଇ ନାଳଟି ଭାଙ୍ଗି ପଡିଛି।ନଦୀ ଘାଟରୁ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ବର୍ଷ ବର୍ଷ ହେବ ମରାମତି ହେଉନାହିଁ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ବହୁଥର ଲିଖିତ ଜଣାଇଥିଲେ ମଧ୍ୟ ରାସ୍ତା ହୋଇପାରୁନାହିଁ।ପଞ୍ଚାୟତ ର ପ୍ରତି ଗ୍ରାମ ସଭାରେ ଏହି ରାସ୍ତା ମରାମତି ଓ କଲର୍ଭଟ ନିର୍ମାଣ ପ୍ରସ୍ତାବ ଗୃହୀତ କାଗଜ କଲମ ଫାଇଲ ଭିତରେ ସିମୀତ ହୋଇ ରହିଥିବା ଜଣାପଡିଛି।ଏହି ରାସ୍ତା ଟି ନିର୍ମାଣ କରିବା ସହିତ ଭେଡେନ ନଦୀ କିରାଘାଟରେ ଅନ୍ୟ ଏକ ସେତୁ ନିର୍ମାଣ ପାଇଁ ଦାବି ମଧ୍ୟ ରହିଛି।ଏଣୁ ଉପଖଣ୍ଡ ପ୍ରଶାସନ, ବ୍ଲକ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ରାସ୍ତା କିପରି ହୋଇପାରିବ ଓ ଜକଲେନ ନାଳା ଉପର ସେତୁ ନିର୍ମାଣ ହୋଇପାରିବ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ଦାବି ହେଉଛି।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.