ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ହୋଇଥିବା ଭାଷା ଜ୍ଞାନ ଓ ଆଜାଦି କା ଅମୃତ ମହୋତ୍ସବ ପରୀକ୍ଷା

0 22


ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ହୋଇଥିବା ଭାଷା ଜ୍ଞାନ ଓ ଆଜାଦି କା ଅମୃତ ମହୋତ୍ସବ ପରୀକ୍ଷା ରେ ଧର୍ମଗଡ ବ୍ଲକ ର ସ୍ଵରସ୍ବତୀ ଶିଶୁ ବିଦ୍ୟମନ୍ଦିର ଧର୍ମଗଡ ଓ ଏଲନିସି ମିଶନ ସ୍କୁଲ ଧର୍ମଗଡ ଠାରେ ମୋଟ ୫୫୦ ,ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚିତ୍ରାଙ୍କନରେ ୮୦ଜଣ ହସ୍ତାକ୍ଷରରେ ୧୫୦ଜଣ,ଭାଷା ଜ୍ଞାନରେ ୧୫୦ ଜଣ ଓ ଆଜାଦି କା ଅମୃତ ମହୋତ୍ସବ ପରୀକ୍ଷା ରେ ୧୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ୬୦ ଜଣ ଛାତ୍ରଛାତ୍ରୀ ଇଂରାଜୀ ଭାଷା ରେ ପରୀକ୍ଷା ଦେଇଥିଲେ।ଚିତ୍ରାଙ୍କନ ପରୀକ୍ଷା ରେ ପ୍ରଥମ ଅନୁପ ବଣିଆ ଦ୍ବିତୀୟ ଅମିତ କୁମାର ଶବର,ତୃତୀୟ ଆୟୁସି ବିଶି,ସୁନ୍ଦର ହସ୍ତାକ୍ଷର ଲିଖନ ରେ ପ୍ରଥମ ବିଶାଳ ଜାଲ,ଦୂତୀୟ ଅର୍ଚ୍ଚିତା ଲହଜଳ, ତୃତୀୟ ପ୍ରତିକ୍ଷା ମୁଣ୍ଡ, ଭାଷା ଜ୍ଞାନ ପରୀକ୍ଷା ରେ ପ୍ରଥମ ଚୁମିକି ପୁଞ୍ଜି,ଦୂତୀୟ ପ୍ରୀତି ସାହୁ,ତୃତୀୟ କୀର୍ତ୍ତି ମୟୀ ଝାଙ୍କର ହୋଇ ଥିଲେ।

ଆଜାଦି କା ଅମୃତ ମହୋତ୍ସବ ପରୀକ୍ଷାରେ ଇଂରାଜୀ ଭାଷା ରେ ସୃଷ୍ଟି ଆରିୟା, ସାକ୍ଷୀ ଅଗ୍ରୱାଲ, ଭାବନା ବଘେଲ,ଅର୍ପିତା ବାଗ, ଟିଫିକ ବାରିକ ଓ ଓଡ଼ିଆ ଭାଷା ପରୀକ୍ଷା ରେ ପଦ୍ମିନୀ ଶଗଡିଆ ,ପ୍ରତି ସାହୁ,ଭେଙ୍କଟେଶ୍ୱରୀ ସରାପ, ପ୍ରତିକ୍ଷା ପ୍ରିୟଦର୍ଶିନୀ କୁମାର, ସାଇନା ପଣ୍ଡା, କୃତକାର୍ଯ୍ୟ ହୋଇଛନ୍ତି।କୃତି ବିଜେତା ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଥିଲା।ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ସଂମାନିତ ଅତିଥି ଭାବେ ସାମ୍ବାଦିକ ବୈଦ୍ୟନାଥ ବେହେରା, ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଯୋଗ ଦେଇଥିଲେ।ଶିଶୁ ଵିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ପରୀକ୍ଷା ରେ ନରେନ୍ଦ୍ର ପ୍ରଧାନୀ, ମନୋଜ କୁମାର ମୁଣ୍ଡ, ଜନାର୍ଦ୍ଦନ ନାଏକ, ମୂରଲୀ ଧର ସାହୁ, ବିରଞ୍ଚି ନାରାୟଣ ସାହୁ,କୋକିଳ ମହାନନ୍ଦ ,ପରମେଶ୍ବର ମହାଳିକ, ରଞ୍ଜନ ନାଏକ, ଦୁଃଖୀଶ୍ୟାମ ଦାସ,ତାରଜନ ଜଗତ,ପରୀକ୍ଷକ ଓ ନିରୀକ୍ଷକ ଦାୟିତ୍ବ ନେଇଥିବା ବେଳେ ଏଲନିସି ମିଶନ ସ୍କୁଲ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷକ ଓ ନିରୀକ୍ଷକ ଭାବେ କେଶବ ଚନ୍ଦ୍ର ସ୍ବାଇଁ, ଶ୍ରୀଲିମ ମାଥ୍ୟୁ,ମିଲଟନ ସୁନା ,ବିନୋଦ ବାରିକ, ଓ ଗୋବର୍ଦ୍ଧନ ନାଏକ,ସୋହିତ ରଞ୍ଜନ ପଣ୍ଡା, ପ୍ରବୀଣ ରଣା ଦାୟିତ୍ଵ ନେଇଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଧର୍ମଗଡ ପ୍ରତିନିଧି ବିରଞ୍ଚି ନାରାୟଣ ଜାଲ ସଂଯୋଜନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.