ବିରୋଧୀ ଦଳ ନେତାଙ୍କ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ

0 5

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ଓଡ଼ିଶା ରେ ଦୀର୍ଘଦିନ ଧରି ଚାଲିଥିବା କୁ ଶାସନ ର ଅନ୍ତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ର ଡବଲ ଇଞ୍ଜିନ ସରକାର ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ଜୟନାରାୟଣ କହିଚନ୍ତି । ଓଡ଼ିଶା ରେ ବେକାରୀ ସମସ୍ୟା ବୃଦ୍ଧି ଯୋଗୁ ସେ ଚିନ୍ତା ପ୍ରକଟ କରିଥିବା ବେଳେ ଏହା କିଭଳି ଦୂର ହେବ ବିଜେପି ଉଦ୍ୟମ କରିବ ବୋଲି ସେ କହିଚନ୍ତି। ଗଠନ ମୂଳକ ବିରୋଧୀ ଭାବେ ବିଜେପି କିଭଳି ଓଡ଼ିଶା ରେ କାମ କରିବ ତାହା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି କହିଛନ୍ତି। ସେହିପରି ଆସନ୍ତା ଅଗଷ୍ଟ ୨ ରେ ବିଧାନସଭାର ଏକ ପ୍ରତିନିଧିମଣ୍ଡଳୀ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସହ ଉତ୍କଟ ଦାଦନ ସମସ୍ୟା ଲାଗିରହିଛି। ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଜନସ୍ବାର୍ଥ ପ୍ରକଳ୍ପକୁ ସମର୍ଥନ ସହ ବିଧାନସଭାରେ ଗଠନମୂଳକ ସମାଲୋଚନା କରିବ ବୋଲି ସେ କହିଛନ୍ତି। ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ପ୍ରଭାତ ବିଶ୍ଵାଳଙ୍କ ଘରେ ଇଡି ରେଡ କରି ସମ୍ପତି ଆଟାଚ କରିଛି। ଦୁର୍ନୀତିରେ ସଂପୃକ୍ତ ସମସ୍ତ ରାଜନେତା ଇଡିର ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ସେ କହିଚନ୍ତି।
ପୁରୀ ତଥା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ବାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ସହ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସେ ବିଧାନସଭାରେ ଉଠାଈବେ ବୋଲି କହିଛନ୍ତି।ବିରୋଧୀ ଦଳ ନେତାଙ୍କ ସହ ବିଧାୟିକା କୁସୁମ ଟେଟେ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ବହୁ ନେତା ଉପସ୍ଥିତ ଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.