ମାତୃ ହତ୍ୟାକାରୀ ପୁଅ କୁ ଆଜୀବନ କାରାଦଣ୍ଡାଦେଶ
ନିଜ ଜନ୍ମକଲା ମାଁ କୁ ହତ୍ୟା କରିଥିବା ଅଭିଯୋଗ ର ବିଚାର କରି ଧର୍ମଗଡ଼ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ହତ୍ୟାକାରୀ ପୁଅ କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଏହା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟେ ଅତିରିକ୍ତ ବର୍ଷେ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସୁଚନା ଅନୁଯାୟୀ, ଗତ ୨୦୧୮ ମସିହା ନଭେମ୍ବର ୧୧ ତାରିଖ ରେ ଜୟପାଟଣା ଥାନା ଅନ୍ତର୍ଗତ ତାଲପଦର ଗ୍ରାମର ମାଁ ସୁମନି ଶବରଙ୍କ ଭରଣ ପୋଷଣ କୁ ନେଇ ବଡ଼ପୁଅ ବିଶ୍ଵନାଥ ଶବର ଓ ସାନପୁଅ ଅର୍ଜୁନ ଶବରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଅର୍ଜୁନ ଉତ୍ତ୍ୟକ୍ତ ହୋଇ ମାଁ ସୁମନିକୁ ଏକ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲା । ଏନେଇ ବିଶ୍ଵନାଥ ଶବର ଜୟପାଟଣା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଅର୍ଜୁନ ଶବରଙ୍କୁ କୋର୍ଟ ଚାଲାଣ କରିଥିଲା। ବୁଧବାର ଧର୍ଗମଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଆଧାର ରେ ଅର୍ଜୁନ ଶବର କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରୀ ଓକିଲ ପୂର୍ଣଚନ୍ଦ୍ର ନାଗ ପରିଚାଳନା କରିଥିବା ବେଳେ ଅଭିଯୁକ୍ତ ଙ୍କ ପକ୍ଷରୁ ସମୀର କୁମାର ମୁଣ୍ଡ ମାମଲା ର ପରିଚାଳନା କରିଥିଲେ।
ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )